ଓଁ ଶାନ୍ତି ସଭାଗୃହରେ ନୂତନ ବର୍ଷ ପାଳନ
ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ଅଂଚଳରେ ଅବସ୍ଥି୍ତ ଓଁ ଶାନ୍ତି ଗୃହରେ ବୁଧବାର ଦିନ ୨୦୨୦ ନବବର୍ଷ ଉତ୍ସବ ପାଳନ ହୋଇଯାଇଛି । ଏଥିରେ ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୦ ନୂତନ ବର୍ଷ ଉପଲକ୍ଷେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ।ଏଥିରେ ପୋଲସରା ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ।ଏହି ସଂଗଠନର ବହୁ ଭାଇ ଭଉଣୀ ମଧ୍ୟ ଯୋଗ ଦେଇଥିଲେ।ଅତିଥି ବୃନ୍ଦ ୨୦୨୦ ବର୍ଷ ଜଗତ ପାଇଁ ମଙ୍ଗଳମୟ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।