ଓଆରଟିର ପୂର୍ବତନ ପ୍ରଶାସକଙ୍କ ପରଲୋକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପୁରୀ ରେଡ଼କ୍ରସ ରୋଡ଼ ନିବାସୀ ଅଭୟ ଚରଣ ପଟ୍ଟନାୟକଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପ୍ରଥମେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଓଆରଟି (ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ) ଓ ପରେ ଓଏସ୍‌ଆରଟିସି (ଓଡ଼ିଶା ଷ୍ଟେଟ୍ ରୋଡ଼ ଟ୍ରାନ୍ସପୋର୍ଟ କର୍ପୋରେସନ)ରେ ଡ଼ି.ଟି.ଏମ୍ ଭାବରେ କାର୍ଯ୍ୟରତ ଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ହିସାବରେ ପରିଚିତ ଥିଲେ । ତାଙ୍କର ଚାକିରୀ କାଳ ମଧ୍ୟରେ ସେ ଖୋର୍ଦ୍ଧା, ଜଟଣୀ, ଫୁଲବାଣୀ, ବ୍ରହ୍ମପୁର, ଭୁବନେଶ୍ୱର ଓ ପୁରୀଠାରେ କାର୍ଯ୍ୟରତ ଥିଲେ । ତାଙ୍କର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ତାଙ୍କର ଜନ୍ମ ଖୋର୍ଦ୍ଧା ସହରରେ ହୋଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ