‘ଓଏଏସ’ରେ ଅତିରିକ୍ତ ଦ୍ରବ୍ୟ ଓ ସେବାକର ଅଧିକାରୀଙ୍କ କୃତିତ୍ୱ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବାଲେଶ୍ୱର ମଣ୍ଡଳ ଅଧୀନରେ କାର୍ଯ୍ୟରତ ଅତିରିକ୍ତ ବାଣିଜ୍ୟକର, ଦ୍ରବ୍ୟ ଓ ସେବାକର ଅଧିକାରୀ ରାଜେନ୍ଦ୍ର ନାରାୟଣ ସେନାପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ପୁରୀ ଜିଲା କାକଟପୁରର ଦହିଖିଆ ଗ୍ରାମରେ ତାଙ୍କର ଘର । ପିତା ପ୍ରଭାତ ସେନାପତି, ମାତା ସଂଯୁକ୍ତା ସେନାପତି ଓ ପତ୍ନୀ ଋତୁପର୍ଣ୍ଣା ସ୍ୱାଇଁଙ୍କଠାରୁ ପ୍ରେରଣା ପାଇ କଠୋର ଅଧ୍ୟବସାୟ ବଳରେ ବିନା କୋଚିଂରେ ତାଙ୍କୁ ୮୧ ର‌୍ୟାଙ୍କ ମିଳିପାରିଛି । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସେ ଓଏଏସ ପ୍ରସ୍ତୁତି ସହ ଦ୍ୱିତୀୟ ସୁଯୋଗରେ ତାଙ୍କୁ ଏହି ସଫଳତା ମିଳିପାରିଛି । ତାଙ୍କର ସମୟାନୁବର୍ତ୍ତିତା, କର୍ତ୍ତବ୍ୟପରାୟଣତା ପାଇଁ ସେ ଅଫିସରେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ । ଏବେ ଏହି ସଫଳତାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ