ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରାଯାଇଛି । ସାଧାରଣ ପଅଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ରାଜସ୍ୱ ବିଭାଗ ଅତିରିକ୍ତ ଶାସନ ସଚିବ ବିଭୂତି ଭୂଷଣ ଦାଶଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇ ଉକ୍ତ ବିଭାଗରେ ପୁନଃ ନିଯୁକ୍ତି ଦିଆଯାଇଥିବା ବେଳେ କୈଳାସ ଚନ୍ଦ୍ର ସାହୁଙ୍କୁ ଗୋପବନ୍ଧୁ ଏକାଡେମୀରୁ ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଲକ୍ଷ୍ମୀକାନ୍ତ ବେହେରାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଅଶୋକ କୁମାର ଦାସଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଚିବ ଭାବେ, ବ୍ରଜବନ୍ଧୁ ଭୋଳଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସଚିବ, ଦିଲ୍ଲୀପ କୁମାର ସାହୁଙ୍କୁ ଅନୁଗୁଳ ପିଡି ଭାବେ ବଦଳି କରାଯାଇଛି । ଏହାବାଦ୍ ନିଗମାନନ୍ଦ ପଣ୍ଡାଙ୍କୁ ଦେବଗଡ଼ ପିଡ଼ି ଭାବେ ବଦଳି କରାଯାଇଥିବା ବେଳେ ପ୍ରଦୀପ କୁମାର ନାୟକଙ୍କୁ ଗୋପବନ୍ଧୁ ଏକାଡେମୀର ଯୁଗ୍ମ କମିସନର, ବିକାଶ ଚନ୍ଦ୍ର ବେନଙ୍କୁ ରାୟଗଡ଼ା ଆରଆଇସିର ଜିଏମ, ଅଯୋଧ୍ୟାକାନ୍ତ ଶତପଥୀଙ୍କୁ ଢେ଼ଙ୍କାନାଳ କେନ୍ଦୁଝର ବନ୍ଦୋବସ୍ତ ଅଧିକାରୀ, ବିବେକାନନ୍ଦ ସାହୁଙ୍କୁ ମୟୂରଭଞ୍ଜ ପିଡି ସହିତ ଏଡିଏମ ଦାୟିତ୍ୱ, ସୁମିତ୍ରା ସେନାପତିଙ୍କୁ ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଏବଂ ଧରିତ୍ରୀ ମିଶ୍ରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିର ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।