ଓଏଏସ୍ ପାଇଲେ ବଡରମ୍ପାସ ଗାଁର ସୁନନ୍ଦ

ହାଟଡିହି, (ବିକାଶ ବିଶ୍ୱାଳ ) : ଓଡିଶା ସିଭିଲ ସର୍ଭିସ ୨୦୧୯ ପରୀକ୍ଷାରେ ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ସୁନନ୍ଦ ଶେଖର ସାହାଣୀ ୧୧୦ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି । ସେ ୨୦୧୦ରେ ଜପିଦାସ ବିଦ୍ୟାମନ୍ଦିର ବଡରମ୍ପାସରୁ ଶତକଡା ୮୭ ପ୍ରତିଶତ ମାର୍କରଖି ମାଟ୍ରିକ ଶିକ୍ଷା ସମାପ୍ତ ପରେ ବେସିକ ସାଇନସ କଲେଜ ଭୁବନେଶ୍ୱରରୁ ଶତକଡା ୬୪ଭାଗ ମାର୍କ ରଖି ଯୁକ୍ତ ଦୁଇରେ ଉତ୍ତିର୍ଣ୍ଣ ହୋଇଥିଲେ । ପରେ ବାଙ୍କି ଅଟୋନମସ କଲେଜରୁ ଶତକଡା ୭୨ ଭାଗ ମାର୍କରଖି ଯୁକ୍ତ ତିନି ସମାପ୍ତ କରିବାପରେ ୨୦୧୭ରେ ଫକିରପୁର ସ୍ଥିତ ବିଇଡି କଲେଜରେ ଶତକଡା ୭୨ଭାଗ ମାର୍କ ରଖି ବିଏଡ ଶିକ୍ଷା ସମାପ୍ତ କରିବାପରେ ଲକ୍ଷ୍ମୀନାରାୟଣ ହାଇସ୍କୁଲ ରାମଚନ୍ଦ୍ରପୁରରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ଅବସର ସମୟରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ଯେଉଁଥିରେ ସଫଳତା ହାସଲ କରିବାରେ ସମର୍ଥ ହୋଇଛନ୍ତି । ସେ ବୈରାଗୀ ୟୁପିସ୍କୁଲ ନନ୍ଦିପଦାର ଶିକ୍ଷକ ବିଦ୍ୟାଧର ସାହାଣୀ ଓ ମା ସ୍ୱର୍ଗତ ମମତା ଜେନାଙ୍କ ସୁପୁତ୍ର ଅଟନ୍ତି । ତାଙ୍କର ଏପରି ସଫଳତାରେ ସମଗ୍ର ହାଟଡିହି ବ୍ଲକରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତାରେ ଆନନ୍ଦପୁର ବିଧାୟକ ଭାଗିରôତ ସେଠୀ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ବିଧାୟକ ମାୟାଧର ଜେନା ପ୍ରମୁଖ ତାଙ୍କୁ ଅଭିନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ