ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ପିନାକୀ ପାର୍ଥ ସାରଥୀଙ୍କୁ ସମ୍ବର୍ଦ୍ଧନା
କଟକ, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ ଅବସ୍ଥିତ ୮ ନମ୍ବର ୱାର୍ଡରେ ପିନାକୀ ପାର୍ଥ ସାରଥୀ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସହର ବାସୀଙ୍କ ପାଇଁ ଗୌରବ ଆଣି ଦେଇଛନ୍ତି। ସେ ଜଣେ ମିଷ୍ଟଭାଷୀ ଓ କର୍ମଠ ବ୍ୟକ୍ତି ବୋଲି ତାଙ୍କ ଗ୍ରାମ ମନକରପୂର୍ ର ଲୋକେ କୁହନ୍ତି। ବାପା ଗୌରାଙ୍ଗ ବେହେରା ଓ ମା ମମତା ମହାଳିକ ଙ୍କ ସେ ଦ୍ଵିତୀୟ ସନ୍ତାନ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କିଛି ନିଆରା ପରମ୍ପରା ରେ ଆଜି ପାର୍ଥ ସାରଥୀଙ୍କ ଉପସ୍ଥିତିରେ ତାଙ୍କ ପିତା ମାତା ଙ୍କୁ ସମ୍ମାନିତ କରି ଏକ ନୂତନ ପରମ୍ପରା ସୃଷ୍ଟି କରିଛନ୍ତି। ପିନାକୀ ପାର୍ଥ ସାରଥୀ ଓ ଏ ଏସ ପରୀକ୍ଷା ରେ ୨୦୧ ନମ୍ୱର ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସମ୍ବର୍ଦ୍ଧନା ସଭା ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାର୍ଥଙ୍କୁ ନିଜ ପଦବୀ ରେ ଉପସ୍ଥାପନ ପରେ କିପରି ସେ ଦୁର୍ନୀତି ରୁ ଦୁରାଇବେ ବାର୍ତା ଦିଆଯାଇଥିଲା। ମଞ୍ଚ ରେ ଯେତେବେଳେ ବାପା ଓ ମା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହା କିଛି ନିଆରା ଦୃଶ୍ୟ ଥିଲା। ପିତା ଗୌରାଙ୍ଗ ବେହେରା ଙ୍କ ମତ ଥିଲା ସବୁ ବାପା ମା ଯଦି ପିଲା ଙ୍କୁ ସଂସ୍କାର ଓ ଶିକ୍ଷା ସହ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦିଅନ୍ତି ତେବେ ସଫଳତା ପାଇବା ନିଶ୍ଚିତ। ଆଜି ର ଏହି ନୂତନ କାର୍ଯ୍ୟକ୍ରମ ରେ ସହଯୋଗୀ ବ୍ୟକ୍ତି ଗଣ ହେଲେ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ, ହରିପଦ ପଣ୍ଡା, କାଳନ୍ଦୀ ମଲ୍ଲିକ। ସର୍ବ ଶେଷ ରେ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।