ଓଏମସି ନିର୍ଦ୍ଦେଶକଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁଖ୍ୟ ଲକ୍ଷ୍ୟ ରହିଛି । ଏକ ଉନ୍ନତ ମାନର ଶିକ୍ଷାଦାନ ସହ ବୈଷୟିକ ବ୍ୟବସ୍ଥାରେ ୫ଟି ଆଧାରରେ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପଦକ୍ଷେପ ସ୍ୱରୁପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୫୦ଟି ଉଚ୍ଚ ବିଦ୍ୟାଳୟର ସୁତ୍ରପାତ ସଂପନ୍ନ ହୋଇଛି । ଅଗଷ୍ଟ ମାସ ଶେଷ ସପ୍ତାହରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକର ୫୦ଟି ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ରାଜ୍ୟର ବହୁ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ରୂପାନ୍ତରଣ ବିଦ୍ୟାଳୟକୁ ବୁଲି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ସେମାନଙ୍କ ଅନୁଭୂତିକୁ ବଖାଣିଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଓଏମସି ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂ ହିଞ୍ଜିଳିକାଟୁ ଗସ୍ତ କରିଥିଲେ । ବୁଧବାର ଅପରାହ୍ନରେ ସ୍ଥାନୀୟ ପୌରାଂଚଳ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଏମସି ନିର୍ଦ୍ଦେଶକ ଶ୍ରୀ ସିଂ ଯୋଗଦେଇ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ପୂର୍ବରୁ ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକର ପୂର୍ବସ୍ଥିତି ଓ ବର୍ତ୍ତମାନର ରୂପାନ୍ତରଣ ସ୍ଥିତିଓ ଓ ପ୍ରଚଳିତ ଶିକ୍ଷାଦାନ ବ୍ୟବସ୍ଥା ସର୍ମ୍ପକରେ ଉପସ୍ଥିତ ଉଭୟ ବ୍ଳକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସ୍ମ୍ରାର୍ଟ କ୍ଳାସ ରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର, ଆଦର୍ଶ ଖେଳପଡ଼ିଆ, ପାନୀୟଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ବିଦ୍ୟାଳୟ ବଗିଚା ଇତ୍ୟାଦି ବୁଲି ଦେଖିଥିଲେ । ଓଏମସି ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଆଇଏଏସ ପ୍ରୋବେସନାରୀ ଅଧିକାରୀ ମିସ୍ ମଧୁମିତା, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ବିଦ୍ୟାଳୟ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର, ଶେରଗଡ଼ ବିଇଓ ଭାସ୍କର ଲେଙ୍କା, ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତି ମହାପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ମିନତି ପାତ୍ର, ଉଭୟ ବ୍ଳକର ବହୁ କନିଷ୍ଠ ଯନ୍ତ୍ରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ