ଓଏମସି ପକ୍ଷରୁ ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଏମସି ବାଙ୍ଗୁର ମାଇନ୍ସ ପକ୍ଷରୁ ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମରେ ଥିବା ଅଙ୍ଗନବାଡି ପିଲା ମାନଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଛି । ଓଏମସି ବାଙ୍ଗୁର ମାଇନ୍ସର ଆଞ୍ଚଳିକ ପ୍ରବନ୍ଧକ ମନୋଜ କୁମାର ପତିଙ୍କ ନେତୃତ୍ୱରେ ପାରିପାଶ୍ୱର୍ିକ ପରାମର୍ଶଦାତା ଅଧୁସ୍ମିତା ଦାସଙ୍କ ତତ୍ୱାବଧାନରେ ଅଙ୍ଗନବାଡିର କୁନି କୁନି ପିଲା ମାନଙ୍କୁ ବିସ୍କୁଟ, ସ୍ଲେଟ, ଖଡି, ମୋ ଛବି ବହି, ଛବିଳ ମଧୁ ବର୍ଣ୍ଣବୋଧ ବହି, ଖାତ. ଡଟ ଆଦି ବଣ୍ଟନ କରାଯାଇଥିଲା । ଏଥିରେ ଖଣି ପ୍ରବନ୍ଧକ ମ୍ୟାନେଜର ସୁଶାନ୍ତ କୁମାର ନାଇକ, କାର୍ମିକ ପ୍ରବନ୍ଧକ ସୁଶ୍ରୀ ପିଙ୍କି ହେମ୍ରମଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ନରେନ୍ଦ୍ର ବେହେରା, ବଳରାମ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


