ଓଏମସି ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଏମସି ବାଙ୍ଗୁର ମାଇନ୍ସ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ପ୍ରଦାନ କରାଯାଇଛି । ଓଏମସି ବାଙ୍ଗୁର ମାଇନ୍ସର ଆଞ୍ଚଳିକ ପ୍ରବନ୍ଧକ ମନୋଜ କୁମାର ପତିଙ୍କ ନେତୃତ୍ୱରେ ପାରିପାଶ୍ୱର୍ିକ ପରାମର୍ଶଦାତା ଅଧୁସ୍ମୀତା ଦାସଙ୍କ ତତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛ ଚାଷ କରି ଜୀବନ ଜୀବିକା ବଢ଼ାଇବା ପାଇଁ ଆର୍ଥôକ ସହାୟତା ଦିଆଯିବା ସହିତ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ରୋଜଗାରର ମାଦ୍ୟମ ସଜାଇବା ପାଇଁ ଦୁଇଟି ସିଳେଇ ମେସିନି ପ୍ରଦାନ କରାଯାଇଛି । ଏଥିରେ ଖଣି ପ୍ରବନ୍ଧକ ସୁଶାନ୍ତ କୁମାର ନାୟକ, କାର୍ମିକ ପ୍ରବନ୍ଧକ ସୁଶ୍ରୀ ପିଙ୍କି ହେମ୍ବ୍ରମ, ଜୁନିୟର ଏକଜୁକୁଟିଭ କମଳଜ୍ୟୋତି ସାହୁ, ଟିକେଶ୍ୱର ବାଗ, ଦୀନବନ୍ଧୁ ବେହେରା, ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ