ଓଏମସି ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର
ହାଟଡିହିି, (ବିକାଶ ବିଶ୍ୱାଳ):ଓଏମସି ପ୍ରତିଷ୍ଠା ଦିବସ ଅବସରରେ ହାଟଡିହି ବ୍ଲକ ବାଙ୍ଗୁର ଓଏମସି ଖଣି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଙ୍ଗୁର କ୍ରୋମାଇଟ ମାଇନ୍ସ ର ଆଞ୍ଚଳିକ ପ୍ରବନ୍ଧକ ଡ.ମନୋଜ କୁମାର ପତି ଏହି ଶିବିରକୁ ଉଦଘାଟନ କରିଥିଲେ । ଇଣ୍ଡିଆନ ରେଡକ୍ରସ ଭୁବନେଶ୍ୱର ପକ୍ଷରୁ ଡାକ୍ତର ଓ କର୍ମଚାରୀମାନେ ଯୋଗଦେଇ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗୃହୀତ କରିଥିଲେ । ଏହି ଶିବିରରୁ ମୋଟ ୮୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏଥିରେ ସିନିୟର ମ୍ୟାନେଜର ଦେବାଶିଷ ନାୟକ, ମ୍ୟାନେଜର (ପର୍ସନାଲ) ପିଙ୍କି ହେମ୍ରମ, ସାମାଜିକ ଉନ୍ନତି ବୋଧକ ପରାମର୍ଶଦାତା ମଧୁସ୍ମୀତା ଦାସ, ଡାକ୍ତର ଅର୍ଚ୍ଚନା ସାହୁ, ସହକାରୀ ପ୍ରବନ୍ଧକ (ମାଇନିଂ) ବୁଲୁ ମଲ୍ଲିକ, ସ୍ନେହାପୁଷ୍ପା ମୁର୍ମୁ, ଲିପ୍ସା ସାମଲ, କମଳଜ୍ୟୋତି ସାହୁ, ଅଶୋକ ସ୍ୱାଇଁ, ସୁରକ୍ଷା ଅଦôକାରୀ ସୋମନାଥ ହୋତା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବାଙ୍ଗୋର ଖଣିର ଅଧିକାରୀ ଓ କର୍ମଚାରୀ ମାନେ ଶିବିର ପରିଚାଳନା କରିଥିଲେ ।