ଓଏସଇବି ଆମ୍ପ୍ଲୋଇଜ ଫେଡେରେସନର ଟିପିଏନଓଡିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଟି.ପି.ଏନ.ଓ.ଡି.ଏଲ କର୍ପୋରେଟ ଅଫିସରେ ସି.ଇ.ଓ ଏବଂ ମୁଖ୍ୟ ମାନବ ସମ୍ବଳ ଅଧିକାରୀଙ୍କ ସହିତ ଓ.ଏସ. ଇ.ବି ଆମ୍ପ୍ଲଇଜ ଫେଡେରେସନର କର୍ମକର୍ତ୍ତାଙ୍କ ୧୧ ଦଫା ଦାବି ସମ୍ବନ୍ଧେ ଆଲୋଚନା କରାଯାଇଛି. ଉକ୍ତ ଦାବି ମଧ୍ୟରୁ ମୁଖ୍ୟତଃ ଏଜେନ୍ସି ମାଧ୍ୟମରେ କର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନକରିବା ସମସ୍ତ ଏଜେନ୍ସୀ ମାଧ୍ୟମରେ କର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ସୁଦ୍ଧା ଦରମା ପୈଠ କରିବା, ଆବେଦନ କରିଥିବା ସମସ୍ତ କର୍ମଚାରୀ ମାନଙ୍କ ବଦଳି କରିବା, ଖାଲି ଥିବା ସମସ୍ତ ପଦବୀ ପୂରଣ କରିବା, ସବୁ ଅଫିସରେ ସିକ୍ୟୁରିଟି ଯୋଗାଇଦେବା ଇତ୍ୟାଦି ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି. ଉକ୍ତ ଆଲୋଚନାରେ ଫେଡରେଶନର ସାଧାରଣ ସମ୍ପାଦକ ସତ୍ୟବାଦୀ ବାଗ, ଭାଇସ ଚେୟାରମେନ ଭ୍ରମରବର ରାଉତ, ଆର୍ତବନ୍ଧୁ ବିଶ୍ଵାଳ ,ରବୀନ୍ଦ୍ର ବେରା, ନୃସିଂହ ଚରଣ ପଣ୍ଡା, ଦୀପକ କୁମାର ବାରିକ, ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ, ସତ୍ୟନାରାୟଣ ବେହେରା, ପଙ୍କଜ ଜେନା, ଦୁଲାଲ ରାୟ, ସଞ୍ଜୟ ବାରିକ, ଭାରତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ.


