ଓଏସଇବି ବିଜୁଳି କର୍ମଚାରୀ ସଂଘ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ବିଜୁଳି କର୍ମଚାରୀ ସଂଘ (ଓଏସଇବି ଜୋନାଲ) କାର୍ଯ୍ୟକାରୀ କମିଟି ବୈଠକ ଦିବଂଗତ ସଭାପତି ସ୍ୱର୍ଗତ ଅରୁଣ ଦେଙ୍କ ବାସଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦେଙ୍କ ସାନ ଭଉଣୀ ପ୍ରଫେସର ଡକ୍ଟର ବାସନ୍ତି ଦେ ଏଥିରେ ଅଧ୍ୟକ୍ଷତା କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ନୃସିଂ ଚରଣ ପଣ୍ଡା ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଖାଲି ପଡ଼ିଥିବା ସଭାପତି ପଦ ପାଇଁ ସଦର ବିଧାୟକଙ୍କ ନାମକୁ ଏହି ବୈଠକରେ ପ୍ରସ୍ତାବ ଉଠିଥିଲା । ସଂଘର ସମ୍ପାଦକ ନିମାଇ ଚରଣ ରାଉତରାୟଙ୍କ ସମର୍ଥନ ସହ ଏହାକୁ ସର୍ବ ସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । ଏଥି ସହିତ ସଂଗଠନର ଉପଦେଷ୍ଟା ଭାବେ ବିଷ୍ଣୁ ପ୍ରସାଦ ମହାନ୍ତି, ରଂଜନ ବାଗ, ରଂଜନ ପ୍ରଧାନ, ବିଶ୍ୱଜିତ ମହାପାତ୍ରଙ୍କୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ସେହିଭଳି ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ସୁଧାକର ମହାନ୍ତି ଓ ସାଂଗଠନିକ ସମ୍ପାଦକ ଭାବେ ଭବାନୀପାତ୍ରଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ଖୁବଶୀଘ୍ର ସଘର ସାଧାରଣ ଅଧିବେଶନ ଆୟୋଜନ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କମଳ ଲୋଚନ ବେହେରା, ରାମ ବାରିକ, ରାଜେନ୍ଦ୍ର ଗିରି, ସାକ୍ଷୀଗୋପାଳ ଦାସ, ଚଣ୍ଡୀ ଦାସଚାଟାର୍ଜୀ, ଚନ୍ଦ୍ରକାନ୍ତ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।