ଓଏସଏସସି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବ ମୋର୍ଚାର ବିକ୍ଷୋଭ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ଯୁବ ମୋର୍ଚା ପକ୍ଷରୁ ଓଡିଶା କର୍ମଚାରୀ ପ୍ରବଣନ ଆୟୋଗ(ଓଏସଏସସି) ରେ ହୋଇଥିବା ଲାଞ୍ଚା କାରବାର ଓ ମହା ଦୁର୍ନୀତି କରାଯାଇଥିବା ଅଭିଯୋଗ କରାଯାଇ ପ୍ରତିବାଦରେ ମୋର୍ଚାର ସଭାପତି ଆଲୋକ ରଂଜନ ମହାନ୍ତଙ୍କ ନେତୃତ୍ବରେ ଗୁରୁବାର ଦିନ ରାଇରଙ୍ଗପୁର ଗୋଲେଇ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ବାମନଘାଟି ଊପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ଏହି ଆୟୋଗ ବହୁ ଶିକ୍ଷିତ ଯୁବକଙ୍କଠାରୁ ଟଙ୍କା ନେଇ ଚାକିରୀ ବିକ୍ରି କରୁଥିବା ଅଭିଯୋଗ ହେଉଥିବାର ବକ୍ତାଗଣ ବର୍ଷିଥିଲେ ।ମେଧା ବଦଳରେ ଟଙ୍କା କାରବାର କାରବାର କରି ଵହୁ ଉଚ୍ଚ ଶିକ୍ଷିତଙ୍କ ଜୀବନ ସହ ଖେଳ କରାଯାଉଥିଲା ।ଏହାର ସିବିଆଇ ତଦନ୍ତ ଦାଵି କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ଏହି ବିକ୍ଷୋଭରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ରାଜ୍ୟ ବିଜେପି ସଂପାଦକ ନବିନ ରାମ,,ମହିଳା ନେତ୍ରୀ ମିଥିଳା ଟୁଡୁ,ଏସି ମୋର୍ଚା ସଭାପତି କିଶୋର କୁମାର ରଜକ,ନଗର ଯବ ବିଜେପି ସଭାପତି ଲାଲା ବାରିକ,ସଂଜୟ ନାୟକ, ଜିଲ୍ଲା ସଂପାଦକ ରାହୁଲ ପାତ୍ର,ଉପସଭାପତି ନିରଜ ରାମ ସମେତ ବହୁ ଯୁବକର୍ମି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ