ଓଏସଏସସି ପ୍ରଶ୍ନପତ୍ର ଲିକ୍ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ଜଣ ଗିରଫ

ବାଲେଶ୍ଵର, (ସରୋଜ ପଣ୍ଡା):ଗତ ୧୬ ତାରିଖ ଓଏସଏସସି ଜେଇ ମେନ୍ ସିଭିଲ ପରୀକ୍ଷା ର ପ୍ରଶ୍ନପତ୍ର ଲିକ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ଆଠ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ଶାଗରିକା ନାଥ ସୂଚନା ଦେଇଛନ୍ତି।ଏସପି ଶ୍ରୀମତୀ ନାଥ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ବିହାର ର ଏକ ପ୍ରିଣ୍ଟିଂ ପ୍ରେସ ରୁ ହୋଇଥିଲା। ପ୍ରିଣ୍ଟିଂପ୍ରେସ ର ହେଲପର ଏହି ପ୍ରଶ୍ନ ପତ୍ର ଚୋରି କରି ମୁଖ୍ୟ ଅଭିଯୁକ୍ତ ଙ୍କୁ ଦେଇଥିଲା।ଏହି ପ୍ରଶ୍ନ ପତ୍ର ପାଇଁ ଏକ ଲକ୍ଷ ଟଙ୍କା ନେଇଥିଲେ, ବାକି ଟଙ୍କା ପରୀକ୍ଷା ପରେ ପାଇଥାନ୍ତେ।ତେବେ ମୁଖ୍ୟ ଅଭିଯୁକ୍ତ ଜଣେ ସରକାରୀ ଅଧିକାରୀ,ତାଙ୍କର ନାମ ବିଶାଲ କୁମାର ସେ ଏ ଜି(ଅଡିଟର ଜେନେରାଲ) ଚାକିରୀ କରିଥିବା ବେଳେ ତାଙ୍କର ଘର ବିହାର ପାଟଣା ଅଞ୍ଚଳ ର ବୋଲି ଏସପି ସୂଚନା ଦେଇଥିଲେ।ପୂର୍ବରୁ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଆଠ ଜଣଙ୍କୁ ଗିରଫ କରାଯାଇଛି। ପ୍ରଶ୍ନ ପତ୍ର ପାଇଁ ନେଇଥିବା ୧ଲକ୍ଷ ଟଙ୍କା ଗିରଫ ହେଲପରଙ୍କ ଠାରୁ ଜବତ କରାଯାଇଛି।ତେବେ ମୁଖ୍ୟ ଅଭିଯୁକ୍ତ ଙ୍କ ନାମରେ ପୂର୍ବରୁ ଦିଲ୍ଲୀରେ ଏଭଳି ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ମାମଲା ରହିଛି ବୋଲି ଏସପି କହିଥିଲେ।ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ଙ୍କ ଗିରଫ ପରେ ଦିଲ୍ଲୀ କ୍ରାଇବ୍ରାଞ୍ଚ୍ ଅଧିକାରୀ ତଦନ୍ତ ପାଇଁ ବାଲେଶ୍ଵର ରେ ପହଞ୍ଚିଛନ୍ତି।ତେବେ ଏହି ମାମଲାରେ ଗିରଫ ସଂଖ୍ୟା ୧୭ ହୋଇଥିବା ବେଳେ ତଦନ୍ତ ଶେଷ ହେବା ପରେ ଆହୁରି କିଛି ଅଭିଯୁକ୍ତ ଗିରଫ ହୋଇ ପାରନ୍ତି ବୋଲି ଏସପି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ