ଓଏସ୍‌ଏସ୍ କମିଶନରେ ମହାଦୁର୍ନିତି ନେଇ ଜିଲ୍କା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

ଛତ୍ରପୁର (ଦେବଦତ୍ତ ମହାରଣା): ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ମହାଦୁର୍ନିତି ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ବିକାଶ ପଶୁପାଳକଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ଛାତ୍ରନେତା ମାନେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରୁ ଛାତ୍ର କଂଗ୍ରେସ ର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଦେବାଶିଷ ମହାନ୍ତି, ମହେଶ କୁମାର ଗୋଡ, ଶୁଭଙ୍କର ମାଳି, ରାକେଶ ଆଚାର୍ଯ୍ୟ, ସିମାଂଚଳ ରାଉଳ, ସୋମନାଥ ପଣ୍ଡା, ହୃଷିକେଶ ବେହେରା, ରୁଦ୍ର ମିଶ୍ର, ବି.ଶ୍ରିନିବାସ ରାଓ ଓ ଦୀପକ ରାଉଳ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ