ଓଏସ ଗାୟତ୍ରୀଙ୍କୁ ସମ୍ବର୍ଦ୍ଧନା
ରମ୍ଭା, (ମିଥୁନ ବାରିକ):ଗଂଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୋଡ଼ମ୍ ପେଟା ଗ୍ରାମର ଗତ ପ୍ରଶାସନିକ ସେବା ରେ ଓ ଏ ସ ପାଇଥିବା ଗାୟତ୍ରୀ ମଙ୍ଗଳ ବାର ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ସୁଭଲକ୍ଷ୍ମି ମହାନ୍ତି ସଭାପତିତ୍ୟ କରିଥିବା ବେଳେ ପୂର୍ବତନ ସରପଂଚ ଦିଲ୍ଲୀପ ଛୋଟରାୟ ସଂଯୋଜନା କରିଥିଲେ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜୟ କୁମାର ବିଶ୍ବାଳ ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବେହେରା , ଏବଂ ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶେଷଦେବ ପ୍ରଧାନ ମହିଳା ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ର ଉପଦେଶ ଦେଇଥିଲେ ଏବଂ ସବୁ ଛାତ୍ର ଛାତ୍ରୀ ମାନେ ଜଣେ ଜଣେ ସରକାରୀ ଅଫିସର ହେବ ବୋଲି ଛାତ୍ର ଛାତ୍ରୀ ଙ୍କ ମନ ବଳ ଦୃଢ଼ କରିଥିଲେ । ସଭାନେତ୍ରୀ ରଞ୍ଜିତା ସାହୁ,ଗଂଜାମ ପ୍ରେସ୍ କ୍ଳବ୍ ସଭାପତି ଶବର କୁମାର ତରାଇ , ରାମଚନ୍ଦ୍ର ଗୌଡ଼,ରାମଚନ୍ଦ୍ର ନାୟକ,ଦଣ୍ଡପାଣି ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଶିବାଜି ସ୍ୱାଇଁ ଙ୍କ ସମେତ ପ୍ରମୁଖ ଶିକ୍ଷକ ମଞ୍ଚାସିନ ଥିଲେ । ନୂତନ ଭାବେ ଓଏଶ୍ ପାଇଥିବା ଗାୟତ୍ରୀ ଉକ୍ତ ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରୀ ଥିଲେ । ଏଣୁ ଏହି ସ୍କୁଲ ରେ ପାଠ ପଢି ଓ ଏ ଶ୍ ପାଇଥିବା ଗାୟତ୍ରୀ ଙ୍କ ଅନୁସରଣ କରିବା ପାଇଁ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି।