ଓକିଲଙ୍କୁ ମାରଣାତ୍ମକ ଆକ୍ରମଣ, ସଂଘ ପକ୍ଷରୁ ଥାନାରେ ଏତଲା

ବୁଗୁଡା,(ଅନିଲ କୁମାର ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମର ଓକିଲ ଆଶିଷ କୁମାର ରାଉତ ୨୪/୯/୨୪ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶ ଘଣ୍ଟା ସମୟରେ ନାଗିରି ଗ୍ରାମରୁ ନିଜ ଗ୍ରାମ ମୋଟାବାଡିକୁ ଫେରୁଥିବା ସମୟରେ ଜାନୀତୋଟା ନିକଟରେ ତିନି ଜଣ ଦୁର୍ବୁତ୍ତ ମୁଖାପିନ୍ଧି ଓକିଲ ଶ୍ରୀ ରାଉତଙ୍କୁ ଲୁହାରଡରେ ମାରଣାତ୍ମକ ଆକ୍ରମଣ କରିଥିଲେ। ଯାହା ଫଳରେ ଓକିଲ ଶ୍ରୀ ରାଉତଙ୍କ ବାମହାତ ବାହୁହାଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଅଣ୍ଟାରେ ମଧ୍ୟ ଗୁରୁତର ଆଘାତ ଲାଗିଛି। ଏଥିସହ ଦୁର୍ବୁତ୍ତମାନେ ଓକିଲ ଶ୍ରୀ ରାଉତଙ୍କ ମୋବାଇଲ ଫୋନ ଓ ପାଞ୍ଚ ହଜାର ଟଙ୍କା ଥିବା ମନିପର୍ସ ଲୁଟି ନେଇଛନ୍ତି। ଓକିଲ ଶ୍ରୀ ରାଉତ ଚେତାଶୂନ୍ୟ ହୋଇ ପଡ଼ିଥିବା ଖବର ପାଇ ବୁଗୁଡା ବାର ଆସୋସିଏସନର ଓକିଲମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଶ୍ରୀ ରାଉତଙ୍କୁ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଆଶିଷ କୁମାର ରାଉତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ଏହି ବିଷୟ ନେଇ ବୁଗୁଡା ଓକିଲ ସଂଘ ପକ୍ଷରୁ ୨୫/୯/୨୪ ତାରିଖ ଦିନ ସମ୍ପାଦକ ଦୁର୍ଗା ମାଧବ ପଣ୍ଡା ଲିଖିତ ଅଭିଯୋଗ ବୁଗୁଡା ପୋଲିସ ଥାନାରେ ଦେବା ସମୟରେ ବାର ଆସୋସିଏସନର ଓକିଲମାନେ ଉପସ୍ଥିତ ଥିଲେ। ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ବୁଗୁଡା ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଗ୍ରହଣ କରି ବୁଗୁଡା ପୋଲିସ ଥାନା କେଶ ନଂ ୪୪୬/୨୪ ପ୍ରକାରେ ଏକ ମାମଲା ରୁଜୁକରି ଅନୁସନ୍ଧାନ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ