ଓକିଲଙ୍କ ବିୟୋଗରେ ଶୋକସଭା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଓକିଲ ସଂଘର ସଦସ୍ୟ ତଥା ଓକିଲ ହରିକୃଷ୍ଣ ରେଡ୍ଡୀଙ୍କ ବିୟୋଗରେ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ଅମରେଶ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରେଡ୍ଡୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ସଂପାଦକ ପ୍ରଦୀପ କୁମାର ପାଢୀ, ଉପସଭାପତି ରଘୁନାଥ ମହାନ୍ତିଙ୍କ ସମେତ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଦୁଇମନିଟ୍ ନୀରବ ପ୍ରାର୍ଥନା ସହ ତାଙ୍କରି ସ୍ମୃୁତିଚାରଣ କରାଯାଇଥିଲା । ସଂଘ ପକ୍ଷରୁ ଗଣନିଧୀ ବେହେରା, କମଳ ଲୋଚନା ଦାଶ ଏବଂ ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ମୃତକ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ