ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ପ୍ରଥମ ଦିନରେ ୬ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ
ଛତ୍ରପୁର : ମାର୍ଚ୍ଚ ୨୮ତାରିଖ ରେ ଛତ୍ରପୁର ଓକିଲ ସଂଘର କର୍ମାକର୍ତ୍ତା ନିର୍ବାଚନ ହେବ । ସଂଘର ବିଭିନ୍ନ ପଦପଦବୀ ନିମନ୍ତେ ମାର୍ଚ୍ଚ ୫/୬ ତାରିଖ ଦୁଇଦିନ ପ୍ରାର୍ଥୀ ପତ୍ର ଦାଖଲ କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି । ଆଜି ପ୍ରଥମ ଦିନରେ ସଭାପତି ପଦବୀ ପାଇଁ ଗୋକୁଳ ଚନ୍ଦ୍ର ପଣ୍ଡା, ଉପସଭାପତି ପଦବୀ ନିମନ୍ତେ ବାବୁ ନାହାକ ଏବଂ ସମ୍ପାଦକ ପଦବୀ ନିମନ୍ତେ ଡି.ପଦ୍ମନାଭ ପ୍ରଧାନ, ଏଲ.ଗୋପାଳ ରାଓ ଓ ଏସ.ଶ୍ୟାମ କୁମାର ରାଓ ପ୍ରାର୍ଥୀ ପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ଲାଇବ୍ରେରୀ ଓ ସେମିନାର ସମ୍ପାଦକ ପଦବୀ ନିମନ୍ତେ ସୁରେଶ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସଂଘର ନିର୍ବାଚନ ପରିଚାଳନା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୂର୍ଯ୍ୟନାରାୟଣ ରେଡ୍ଡୀ ଦାୟିତ୍ୱ ତୁଲାଇଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ସଂଜୟ କୁମାର ବେହେରା ଦାୟିତ୍ୱ ରହି ତୁଲାଇଛନ୍ତି । ମାର୍ଚ୍ଚା ୭ତାରିଖ ପ୍ରାର୍ଥୀ ପତ୍ର ଯାଞ୍ଚ ନିମନ୍ତେ ରହିଥିବା ବେଳେ ମାର୍ଚ୍ଚ ୧୩ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି । ମାର୍ଚ୍ଚା ୧୪ତାରିଖ ଦିନ ଚୂଡାନ୍ତ ତାଲିକା ପ୍ରକାଶିତ ହେବ । ମାର୍ଚ୍ଚ ୨୮ତାରିଖରେ ନିର୍ବାଚନ ନିମନ୍ତେ ଭୋଟ ଗଣତି ହେବ ଏବଂ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସଂଘର ବର୍ତ୍ତମାନ ସୁଦ୍ଧା ୧୬୮ଜଣ ସଭ୍ୟ ରହିଛନ୍ତି ।