ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଦ୍ୱିତୀୟ ଦିନରେ ୫ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ

ଛତ୍ରପୁର : ୨୮ତାରିଖ ରେ ଛତ୍ରପୁର ଓକିଲ ସଂଘର କର୍ମାକର୍ତ୍ତା ନିର୍ବାଚନ ହେବ । ସଂଘର ବିଭିନ୍ନ ପଦପଦବୀ ନିମନ୍ତେ ମାର୍ଚ୍ଚ ୫/୬ ତାରିଖ ଦୁଇଦିନ ପ୍ରାର୍ଥୀ ପତ୍ର ଦାଖଲ କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରହିଥିବା ବେଳେ । ଆଜି ଦ୍ୱିତୀୟ ଦିନରେ ସଭାପତି ପଦବୀ ପାଇଁ ବ୍ରଜମୋହନ ଆଚାର୍ଯ୍ୟ ଓ ରାମଚନ୍ଦ୍ର ବେହେରା, ଉପସଭାପତି ପଦବୀ ନିମନ୍ତେ ଡମିନାଥ ସାହୁ ଓ ସନ୍ତୋଷ କୁମାର ପଶୁପାଳକ ପ୍ରାର୍ଥୀ ପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ଲାଇବ୍ରେରୀ ଓ ସେମିନାର ସମ୍ପାଦକ ପଦବୀ ନିମନ୍ତେ ଜିତେନ୍ ପାଢି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସଂଘର ନିର୍ବାଚନ ପରିଚାଳନା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୂର୍ଯ୍ୟନାରାୟଣ ରେଡ୍ଡୀ ଦାୟିତ୍ୱ ତୁଲାଇଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ସଂଜୟ କୁମାର ବେହେରା ଦାୟିତ୍ୱ ରହି ତୁଲାଇଛନ୍ତି । ମାର୍ଚ୍ଚା ୭ତାରିଖ ପ୍ରାର୍ଥୀ ପତ୍ର ଯାଞ୍ଚ ନିମନ୍ତେ ରହିଥିବା ବେଳେ ମାର୍ଚ୍ଚ ୧୩ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି । ମାର୍ଚ୍ଚା ୧୪ତାରିଖ ଦିନ ଚୂଡାନ୍ତ ତାଲିକା ପ୍ରକାଶିତ ହେବ । ମାର୍ଚ୍ଚ ୨୮ତାରିଖରେ ନିର୍ବାଚନ ନିମନ୍ତେ ଭୋଟ ଗଣତି ହେବ ଏବଂ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସଂଘର ବର୍ତ୍ତମାନ ସୁଦ୍ଧା ୧୬୮ଜଣ ସଭ୍ୟ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ