ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆସନ୍ତା ୨୬ ତାରିଖରେ ଛତ୍ରପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ଲାଗି ଶନିବାର ନାମାଙ୍କନ ପତ୍ର ଦାଖଲ ପ୍ରଥମ ଦିନ ଥିଲା । ଆଜି ପ୍ରଥମ ଦିନରେ ସଭାପତି ଭାବେ ବ୍ରଜ ମୋହନ ଆଚାର୍ଯ୍ୟ ଓ ପ୍ରଦୀପ ପାଢୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମ୍ପାଦକ ଭାବେ ଏଲ୍. ଗୋପାଳ ରାଓ, ଉପସଭାପତି ଭାବେ ଚୈତନ୍ୟ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଟି. ମୋହନ ରାଓ, କାର୍ଯ୍ୟକାରୀ ସଭ୍ୟ ଭାବେ କେ. କମଳ ଲୋଚନ ଦାସ ଓ କାଳି ପ୍ରସାଦ ଦାସ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଓକିଲ ସଂଘର ସଭାପତି, ସମ୍ପାଦକ, ଉପସଭାପତି, କୋଷାଧ୍ୟକ୍ଷ, କାର୍ଯ୍ୟକାରୀ ସଭ୍ୟ, ଯୁଗ୍ମ ସମ୍ପାଦକ, ସହ ସମ୍ପାଦକ ଓ ଲାଇବ୍ରେରୀ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନାମାଙ୍କନ ପତ୍ର ଦାଖଲ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆସନ୍ତା ୯ ତାରିଖରେ ପାର୍ଥୀପତ୍ର ଯାଂଚ, ୧୧ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଛତ୍ରପୁର ଓକିଲ ସଂଘର ୧୭୮ ଜଣ ସକ୍ରିୟ ସଦସ୍ୟ ଅଛନ୍ତି । ନିର୍ବାଚନ ଅଧିକାରୀ ଭାବେ ସୁର୍ଯ୍ୟ ନାରାୟଣ ରେଡ୍ଡୀ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ସହ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର କୁମାର ମିଶ୍ର ସହ ଯୋଗ କରୁଛନ୍ତି ।


