ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ
ଅନୁଗୁଳ: ଅନୁଗୁଳ କୋର୍ଟ କାର୍ୟ୍ୟାଳୟରେ ଥିବା ନିର୍ବାଚନୀ କକ୍ଷରେ ସୋମବାର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ନିର୍ବାଚନ ଅଧିକାରୀ ଭୁପେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୬ଟି ପଦ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଗାମୀ ୨୦ରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରର ସ୍କୁଟିନ ତାଲିକା ପ୍ରକାଶ ପାଇବ। ସେହିପରି ୨୧ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବାକୁ ଥିବା ବେଳେ ଅପରାହ୍ନ ୩ଟାରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୩୦ରେ ଓକିଲ ସଂଘ ନିର୍ବାଚନ ପାଇଁ ମୋଟ ୪୩୧ ଭୋଟର ମତଦାନ କରିବେ, ଏବଂ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।


