ଓକିଲ ସଂଘ ନିର୍ବାଚନ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅଦାଲତ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ସି ଏଚ୍ ବାବା ଯୁଗନ୍ଧର୍ ନୂତନ କର୍ମକର୍ତ୍ତା ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ରମେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ତଥା ଜିପି ଉମା ଶଙ୍କର ତ୍ରିପାଠୀ, ପୂର୍ବତନ ଉପ ସଭାପତି ହରି ନାରାୟଣ ବେହେରା, ପୂର୍ବତନ କୋଷାଧ୍ୟକ୍ଷ ଅନୀଲ ଦୀନବନ୍ଧୁ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀ ଶ୍ରୀ ଯୁଗନ୍ଧର ନବ ନିର୍ବାଚିତ କର୍ମ କର୍ତ୍ତାଙ୍କୁ ଅଭିନନ୍ଦନ ଜଣେଇ ଥିଲେ। ପରିଷଦ ସଦସ୍ୟ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣେଇ ନବରଙ୍ଗପୁର ଓକିଲ ସଂଘର ଯେ କୌଣସି କାର୍ଯ୍ୟ ପାଇଁ ସେ ସର୍ବଦା ସହଯୋଗର ହାତ ବଢ଼ାଇବେ ବୋଲି ପ୍ରତିଶୃତି ଦେଇଥିଲେ। ପରିଷଦର କର୍ପସ ଫଣ୍ଡ ସୁବିନିଯୋଗ ପାଇଁ ଓକିଲ ସଂଘ ନୂତନ କମିଟି ଗଠନ କରି ଅସ୍ତ୍ରପ୍ରଚାର ଓ ଅନ୍ୟାନ୍ୟ ଅସୁବିଧା କ୍ଷେତ୍ରରେ କ୍ଷେତ୍ରରେ ପାଣ୍ଠି ଯୋଗାଇଦେବାକୁ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ।ନୂତନ ସଭାପତି ସିରାଜ ଉଦ୍ଦିନ୍ ଅହମ୍ମଦ ନବରଙ୍ଗପୁର ଓକିଲ ସଂଘର ପୁରୁଣା ସ୍ମୃତିଚାରଣ କରିବା ସହ ଆଇନଜୀବୀ ମାନେ ସର୍ବଦା ସେମାନଙ୍କର ସମ୍ମାନ ରକ୍ଷା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହାସହ ବରିଷ୍ଠ କନିଷ୍ଠ ସମସ୍ତଙ୍କ ସହଯୋଗରେ ବାରର ମୌଳିକ ସମସ୍ୟାର ସମାଧାନ କରିବାକୁ ସେ ପ୍ରାଥମିକତା ଦେବେ ବୋଲି କହିଥିଲେ। ସଭା କାର୍ଯ୍ୟ ପରେ ନବ ନିର୍ବାଚିତ ସଭାପତି ସିରାଜୁଦ୍ଦିନ ଅହମ୍ମଦ, ଉପ ସଭାପତି ସଦାଶିବ ସାହୁ , ସମ୍ପାଦକ ତପନ କୁମାର ସିଂ,କୋଷାଧକ୍ଷ ଶେଖ ବାବା ଅଲିଶା ଓ କାର୍ଯ୍ୟକାରୀ ସଦସ୍ୟ ଗଜେନ୍ଦ୍ର ଦାସଙ୍କୁ ଆଇନଜୀବୀ ମାନେ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ କରିଥିଲେ । ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମରାନ ସରିଫ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକ, ଏଲ୍ କେ ମିଶ୍ର, ସୁନିଲ ସାହୁ, ଆଶିଷ ରଂଜନ ପଟ୍ଟନାୟକ, ସଚ୍ଚିଦାନନ୍ଦ ସ୍ୱାଇଁ, ବିରେନ୍ଦ୍ର ନାୟକ, ସୁବୋଧ ବେନିଆ, ମାନସ ତ୍ରିପାଠୀ, ମିନାକ୍ଷୀ ପାଢ଼ୀ, ସଞ୍ଜୟ ସୁନା, ସତୀଶ ନାୟକ, ଶ୍ୟାମ ପ୍ରସାଦ ମାଝୀ, ପ୍ରଶାନ୍ତ ପଟ୍ଟନାୟକ, ଗୋପାଳ ପାଣିଗ୍ରାହୀ, ଦିଗାମ୍ବର ପାଣିଗ୍ରାହୀ, ସରୋଜ ବେହେରା, ସିମାଞ୍ଚଳ ପାତ୍ର, ପ୍ରଫୁଲ୍ଲ ସିଂ, ଅମିତାଭ ତ୍ରିପାଠୀ, ପ୍ରଦୀପ ସାହୁ, ଶ୍ରୀକାନ୍ତ ପଣ୍ଡା, ଶ୍ରୀନିବାସ ପାତ୍ର, ଜାହିର ଖାଁ, ଉପେନ୍ଦ୍ର ବିଷୋୟୀ, ଅରୁଣ ନାୟକ, ଶତାବ୍ଦୀ ପାଳ, ସର୍ମିଷ୍ଠା ପଣ୍ଡା, ଅଜିତା ଦାସ, ତୁଳସୀ ଦେବୀ, ମନସା ତ୍ରିପାଠୀ, ଦ୍ବାରିକା ମହାପାତ୍ର, କିଶୋର ନାଗ, ରାକ୍ଷୀ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ