ଓକିଲ ସଂଘ ପକ୍ଷରୁ ଜିଲ୍ଲାଜର୍ଜଙ୍କୁ ସ୍ୱମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଜର୍ଜ, ଛତ୍ରପୁର ଅତିରିକ୍ତ ଜିଲ୍ଲା ଜର୍ଜ ଓ ବ୍ରହ୍ମପୁର ରେଜିଷ୍ଟାରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘ ସଭାପତି ଦ୍ୱିତୀକୃଷ୍ଣ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଜର୍ଜ ଆନନ୍ଦ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜର୍ଜ ମନୋରଞ୍ଜନ ଦାସ, ବ୍ରହ୍ମପୁର ରେଜିଷ୍ଟାର ସୁଶାନ୍ତ କୁମାର ମିଶ୍ର ଓ ଜେଏମଏଫସି ବିଚାପତି ଦିପ୍ତିମୟୀ ସାହୁ ଓ ବରିଷ୍ଠ ଆଇନଜୀବି ନିର୍ମଳ ସାହୁ ମଞ୍ଚାସିନ ଥିଲେ । ପ୍ରଥମେ କୋର୍ଟ ପରିସରସ୍ଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଂଘ ପକ୍ଷରୁ ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକୁ ସମ୍ବର୍ଦ୍ଧନା କରାଯାଇଥିଲା । ଜିଲ୍ଲାଜର୍ଜ ଶ୍ରୀ ବେହେରା ବହୁବର୍ଷ ଧରି ପଡି ରହିଥିବା ମକଦ୍ଧମା ଗୁଡିକୁ ଯଥାସମ୍ଭବ ଫଇସଲା କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏଥି ପାଇଁ ଆଇନଜୀବି ଓ ବିଚାରପତିଙ୍କ ସାମାଜିକ ମୂଲ୍ୟବୋଧ ଓ ସହଯୋଗ ଦ୍ୱାରା ମହକିଲ ମାନେ ବିଶେଷ ଉକପୃତ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସଂଘ ଉପସଭାପତି ଜଗତ ମୋହନ ସାହୁ , ରାମଚଦ୍ର ମହାପାତ୍ର, ଚିତ୍ତରଞ୍ଜନ ମହାରଣା, ତ୍ରିମଲ ରାଓ ପାତ୍ର, ମୁକ୍ତିରାମ ସାବତ, ନିରଞ୍ଜନ ସାହୁ, ସୁଶାନ୍ତ ପାଣିଗ୍ରାହୀ, କୌଳାସ ସାହୁ, ଉମେଶ ସାହୁ, ବରିଷ୍ଠ ଆଇନଜୀବି ସୁଧାଂଶୁ ପଣ୍ଡା, କିଶୋର ବିଷୋୟୀଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ । ପରିଶେେରେ ସମ୍ପାଦକ ଶିବରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ