ଓକିଲ ସଂଘ ପକ୍ଷରୁ ସ୍ମୃତି ସଭା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍୍) : ସ୍ୱର୍ଗତ ଓକିଲ ସହଦେବ ପଣ୍ଡାଙ୍କ ଦ୍ୱାଦଶହା ଉପଲକ୍ଷେ ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟରେ ସଂଘର ସଭାପତି କେ.ଶିବରାମ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଦସ୍ୟ ତଥା କାର୍ଯ୍ୟରତ ଓକିଲ ସ୍ୱର୍ଗତ ପଣ୍ଡାଙ୍କ ଗଲାମାସ ୨୪ ତାରିଖରେ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା । ତାଙ୍କରି ଆତ୍ମାର ସଦ୍ଗତି ନିମନ୍ତେ ସଂଘର ସମସ୍ତ ସଦସ୍ୟମାନେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଶୋକକୁଳ ପରିବାରକୁ ସମବେଦନା ଜଣାଇଥିଲେ । ସଂଘର ସଂପାଦକ ଏସ୍.ଶ୍ୟାମ କୁମାର ରାଓ ସ୍ୱର୍ଗତ ପଣ୍ଡାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ଥିବାବେଳେ ଅନ୍ୟନ୍ୟା ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ