ଓଜନ କମାଇବାର ନୂଆ ଫର୍ମୁଲା
ବିୟର ପିଇଲେ ଶରୀରର ଓଜନ ବଢ଼ିଯାଇଥାଏ ବୋଲି କୁହାଯାଏ । ଅବଶ୍ୟ କିଛିଦିନ ତଳେ ଜଣେ ବରିଷ୍ଠ ନାଗରିକ ବିୟର ପିଇ ନିଜକୁ ଫିଟ୍ ରଖିଥିବା ଖବର ସାମ୍ନାକୁ ଆସିଥିଲା । ଏବେ କିନ୍ତୁ ଆମେରିକାର ଜଣେ ଯୁବକ ଡେଲ୍ ହାଲ୍ କହିଛନ୍ତି ସେ ବିୟର ପିଇବାରୁ ତାଙ୍କ ଶରୀରର ଓଜନ ୨୦ କିଲୋ କମିଯାଇଛି । ଆମେରିକାର ଓହିୟୋ ସିଟିରେ ରହୁଥିବା ଡେଲ୍ କୁହନ୍ତି ସେ ଲଗାତାର ୬ ଦିନ ବିୟର ପିଇବାରୁ ତାଙ୍କ ଶରୀରର ଓଜନ କମିଯାଇଛି । ୧୬ ଶହ ଶତାବ୍ଦୀରେ ମୁନିଋଷିମାନେ ଯେଉଁ ତରଳ ଖାଦ୍ୟପଦାର୍ଥ ବ୍ୟବହାର କରୁଥିଲେ ସେ ବିଷୟରେ ଜାଣିବା ପରେ ଡେଲ୍ଙ୍କ ମୁଣ୍ଡକୁ ବିୟର ପିଇବାର ଭାବନା ଆସିଲା ବୋଲି ସେ କୁହନ୍ତି । ଡେଲ୍ ୪୬ ଦିନ କେବଳ ବିୟର ପିଇ ରହିବାକୁ ସ୍ଥିର କଲେ । ଖ୍ରୀଷ୍ଟିଆନ୍ ଧର୍ମରେ ଲେଣ୍ଟ ନାମକ ଏକ ପର୍ବ ପାଳନ କରାଯାଏ । ଯେଉଁଥିରେ ୪୬ ଦିନ କେବଳ ତରଳ ପଦାର୍ଥ ଖାଇ ଉପବାସ କରିବାକୁ ପଡ଼ିଥାଏ । ଡେଲ୍ ଚିନ୍ତା କଲେ ଏହା ହେଉଛି ତାଙ୍କ ପାଇଁ ଉଚିତ୍ ସମୟ । ତେଣୁ ଏହି ୪୬ ଦିନ ସେ କେବଳ ବିୟର ପିଇବାକୁ ସ୍ଥିର କଲେ । ଆଉ ୪୬ ଦିନ ପରେ ତାଙ୍କର ଓଜନ ୨୦ କିଲୋ କମିଯିବା ସହ ସେ ସୁସ୍ଥ ଥିବା ପ୍ରକାଶ କରିଛନ୍ତି ।


