ଓଜେଇ ପକ୍ଷରୁ ନୋଟିଫିକେସନ ଜାରୀ

ଓଜେଇ ପକ୍ଷରୁ ନୋଟିଫିକେସନ ଜାରୀ
ଓଜେଇ ପକ୍ଷରୁ ନୋଟିଫିକେସନ ଜାରୀ

(ଯୁଗାବ୍ଦ ନ୍ୟୁଜ୍) : ଆଜି ଠାରୁ ସ୍ୱତନ୍ତ୍ର ଓଜେଇ ପ୍ରବେଶିକା ପରୀକ୍ଷା ପାଇଁ ଆଗ୍ରହି ଥିବା ବିଦ୍ୟାର୍ଥୀ ମାନେ ଅନଲାଇନରେ ଫର୍ମ ପୂରଣ କରିବା ପାଇଁ ଓଜେଇ ପକ୍ଷରୁ ନୋଟିଫିିକେସନ ଜାରୀ କରାଯାଇଛି । ସୂଚନା ଥାଉକି ପ୍ରଥମ ଓଜେଇ କାଉନସିଲିଂ ପରେ ବିଟେକ୍ , ଲାଟାରେଲ ଏଣ୍ଟ୍ରି ଏମବିଏ , ଏମସିଏ , ଲାଟେରାଲ ଏମସିଏ ପାଠ୍ୟ କ୍ରମରେ ବାକି ପଡିଥିବା ବଳକା ସିଟରେ ନାମ ଲେଖାଇବା ପାଇଁ ଓଡିଶା ଜଏଣ୍ଟ ଏଣ୍ଟ୍ରାନସ୍ ପକ୍ଷରୁ ସ୍ୱତନ୍ତ୍ର ଓଜେଇ କରାଯାଉଛି । ଏହି ପରୀକ୍ଷା ଜୁଲାଇ ୨୧ ରେ ଅନୁଷ୍ଠିତ ହେବ । ଏଥିପାଇଁ ଜେଇ ମେନ୍ କିମ୍ଭା ଓଜେଇ ପରୀକ୍ଷା ଦେଇନଥିବା ବିଦ୍ୟାର୍ଥୀ ମାନେ ଆବେଦନ କରିପାରିବେ । ଅନ୍ ଲାଇନ ଫର୍ମ ପୂରଣ ପ୍ରକ୍ରିୟା ଜୁନ୍ ୩୦ ରୁ ଆରମ୍ଭ ହୋଇ ଜୁଲାଇ ୧୦ ପର୍ଯ୍ୟନ୍ତ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ