ଓଟିଇଟି ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟିକୁ ଶିକ୍ଷକ ମହାସଂଘର ବିରୋଧ

ଓଟିଇଟି ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟିକୁ ବିରୋଧ କରି ସହକାରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶିକ୍ଷକ ମହାସଂଘର ଆନ୍ଦୋଳନ ପାଇଁ ସଜବାଜ
ରାଜ୍ୟ ସରକାର ଓଟିଇଟି ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ଷକୁ ୨ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବାବେଳେ ପରୀକ୍ଷା କେବେ ହେଉଛି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ ।
ଏପଟେ ରାଜ୍ୟରେ ଗଣଶିକ୍ଷକ, ଶିକ୍ଷା ସହାୟକମାନେ ଓଟିଇଟି ଯୋଗ୍ୟତା ହାସଲ କଲେ ନିୟମିତ ଶିକ୍ଷକ ହେବା ପାଇଁ ନିର୍ଦ୍ଦେଶ ଥିବାରୁ ସେମାନେ ନିୟମିତ ହେବାରୁ ବଞ୍ôଚତ ହୋଇଛନ୍ତି । ଓଟିଇଟି ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟତା ନଥିବା ବେଳେ
ଦୀର୍ଘ ଦୁଇବର୍ଷ ବ୍ୟବଧାନରେ ଗତ ୧୬.୦୧.୨୦୧୯ରିଖରେ ଓଟିଇଟି ପରୀକ୍ଷା ହୋଇଥିଲା । ସେହି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ଼ କର୍ତ୍ତୃପକ୍ଷ ବିନା ତଦନ୍ତ ଓ ପ୍ରମାଣରେ ବାତିଲ୍ କରିଥିଲେ । ଫଳରେ ୧,୨୬୦୦୦
ପରୀକ୍ଷାର୍ଥୀ ହତାସ ହୋଇଥିଲେ । କିଏ ଭାଇରାଲ କଲା, କେଉଁଠୁ ଭାଇରାଲ ହେଲା ଅଦ୍ୟାବଧି ପ୍ରମାଣିତ ହୋଇନାହିଁ ।ପ୍ରକୃତ ଦୋଷୀଙ୍କୁ ଧରାନଯାଇ ୧,୨୬,୦୦୦ ପରୀକ୍ଷାର୍ଥୀଙ୍କୁ ଏକତରଫା ନିଷ୍ପତ୍ତିରେ ମନଇଚ୍ଛା ଦଣ୍ଡିତ କରାଗଲା । ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପୂର୍ବରୁ ଦୀର୍ଘଦିନ ପ୍ରସ୍ତୁତି ହୋଇଥାଏ । କିନ୍ତୁ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ପରିଶ୍ରମ ବୃଥା ହୋଇଗଲା । ଏହିଭଳି ଏକତରଫା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହଜାର ହଜାର ପରୀକ୍ଷାର୍ଥୀ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ମାମଲା ବର୍ତ୍ତମାନ ନ୍ୟାୟାଳୟରେ ବି·ରଧୀନ ଅଛି । ପରୀକ୍ଷାର ବିଧିବ୍ୟବସ୍ଥା ଅନୁଯାୟୀ ଅତିବେଶୀରେ ଏକମାସ ମଧ୍ୟରେ ପୁନଃ ପରୀକ୍ଷା କରିବା କଥା । କିନ୍ତୁ ବୋର୍ଡ଼ ତାହା ନ କରି ଆଠମାସ ବିଳମ୍ବରେ ଗତ
୦୫.୦୮.୨୦୧୯ରିଖ ଠାରୁ ଦିନକୁ ତିନି ପର୍ଯ୍ୟାୟରେ ଓଟିଇଟି ପରୀକ୍ଷା କରୁଛନ୍ତି । ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡରଦେଇ ବୋର୍ଡ଼ କର୍ତ୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି । ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷା ଚୟନ କରିଥିବା ବେଳେ ପ୍ରଶ୍ନପତ୍ରରେ
ଭାଷାର ସାମଞ୍ଜସ୍ୟତା ରହୁନଥିବାରୁ ଅନେକ ପରୀକ୍ଷାର୍ଥୀ ପ୍ରକାଶ କରିଛନ୍ତି । ଏପରିକି ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ସହିତ ଯେଉଁ ଭାଷାରେ ଅନୁବାଦ କରାଯାଇଛି ତାହା ମାତୃଭାଷା ନହୋଇ ତେଲୁଗୁ, ବଙ୍ଗାଳୀ ଭଳି ମନେ ହେଉଛି । ଯଦ୍ଦ୍ୱାରା
ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ସଠିକ ଭାବରେ ବୁଝିବାରେ ଅସହାୟତା ପ୍ରକାଶ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ