ଅଟୋ ଓଲଟି ୧ ମୃତ ୯ ଗୁରୁତର
ଗଜପତି,(ଯୁଗାବ୍ଦ ନ୍ୟୁଜ୍):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ବିଦ୍ୟାଳୟ ନିକଟରେ ଏକ ଘରୋଇ ଅଟୋ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୁଚନା ଅନୁଯାୟୀ ଭଡାରେ ଗର୍ଭବତୀ ମହିଳା ସମେତ ଦୁଇ ବର୍ଷର ପିଲାଙ୍କୁ ଧରି କେଶରା ଗ୍ରାମକୁ ଟୀକା ଓ ଛତୁଆ ନେବାକୁ ଆସୁଥିବା ହଠାତ୍ କୈାଣସି କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇ ଅଟୋଟି ଓଲଟିପଡିଥିଲା । ଘଟଣା ସ୍ଥଳରେ ୯ ଜଣ ଗୁରୁତର ଆହାତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ କାନ୍ଦରିଙ୍ଗ ମଳିକ (୭୦ ) ବୋଲି ଜଣାପଡିଛି । ସମସ୍ତ ଆହାତ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ଦୂର୍ଘଟଣା ପରେ ଅଟୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।