ଓଡଙ୍ଗରେ ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳନ: କୃଷକ ମାନେ ଦେଶ ତଥା ରାଜ୍ୟର ଆର୍ଥିକ ମେରୁଦଣ୍ଡ

ବନ୍ତ, (ଚାନ୍ଦିନୀ ମହାନ୍ତି):କୃଷକ ମାନେ ରାଜ୍ୟ ତଥା ଦେଶର ଆର୍ଥିକ ମେରୁଦଣ୍ଡ । କୃଷିର ଉନ୍ନତି ନହେଲେ ଦେଶ କିମ୍ବା ସମାଜର ଉନ୍ନତି ହେବନାହିଁ ବୋଲି ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ସରମରା ଠାରେ ଜିଲା ସ୍ତରୀୟ ଅକ୍ଷୟ ତୃତୀୟ ଦିବସ ତଥା ଅକ୍ଷିମୁଠି ଅନୁକୁଳ ପର୍ବରେ ମୁଖ୍ୟଅତିଥି ଉପଜିଲାପାଳ ମନୋଜ ପାତ୍ର ଯୋଗ ଦେଇ କହିଥିଲେ । ପ୍ରାରମ୍ଭରେ ଉପଜିଲାପାଳ ଭୂମିପୂଜା ଓ ଅକ୍ଷିମୁଠି ଅନୁକୁଳ କରିଥିଲେ । ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ଦ୍ୱାରୀଙ୍କ ସଭାପତିତ୍ୱ ଓ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀଧର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼. ଅରବିନ୍ଦ ଦାସ, କୃଷି ଗବେଷକ ଡ଼. ଉମାଶଙ୍କର ନାୟକ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ରଶ୍ମିରଞ୍ଜନ ପାତ୍ର, ଅତିରିକ୍ତ ତହସିଲଦାର ବିନିତା ରାଣୀ କିସ୍କୁ, ଜିଲା ମତ୍ସ୍ୟଧିକାରୀ ପ୍ରକାଶ କୁମାର ନାୟକ, ଓଡ଼ଙ୍ଗ ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, ସମିତିସଭ୍ୟା ରଜନୀ ଜେନା, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ, ଏଡ଼ିଏଚ୍ ବିନୋଦ ଜେନା, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ନିର୍ମଳ ଚନ୍ଦ୍ର ବାରିକ୍‌, ସମବାୟ ସହକାରୀ ଉପନିବନ୍ଧକ ସତ୍ୟ ପ୍ରକାଶ ସେଠୀ, ଜିଲା ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ୫ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଗରପଡ଼ା ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ପତି, ଗ୍ରାମ୍ୟକୃଷି କର୍ମଚାରୀ ଭୀମସେନ ସାମଲ, ମନୋଜ କୁମାର ଜେନା, ତପନ ସେଠୀ, ବିମ୍ବାଧର ସେଠୀ, ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ, ରାଜେଶ କୁମାର ବିଶ୍ୱାଳଙ୍କ ସମେତ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ