ଓଡ଼ିଆ ଆଦର୍ଶ ବିଦ୍ୟାଳୟର ଗଣିତ ଦିବସ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍ ଙ୍କ ଜନ୍ମଦିନ ଅବସରରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ରୋଶନ୍ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗଣିତ ଶିକ୍ଷକ ସଦାଶିବ ପ୍ରଧାନ ଏବଂ ରଜନୀକାନ୍ତ ସାହୁ ସଂଯୋଜନା କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀମାନେ ଗଣିତଜ୍ଞ ଶ୍ରୀନୀବାସ ରାମାନୁଜନ୍ ଙ୍କ ସମ୍ପର୍କରେ କହିବା ସହିତ ରାମାନୁଜନ୍ ଙ୍କ ଚିତ୍ର ଅଙ୍କନ କରି ପ୍ରଦର୍ଶନ କରିଥିଲେ I ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଗଣିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷୟିତ୍ରୀ ଲିପିକା ରାଣୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ