ଓଡ଼ିଆ କଳାକାରଙ୍କ ସ୍ୱର ନିର୍ବାଚନ ଶ୍ରୀଧର ମର୍ଥା, ସଭାପତି, ମୃତ୍ୟୁଞ୍ଜୟ ପଣ୍ଡା , ନୂଆ ସମ୍ପାଦକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ସୁନାମଧନ୍ୟ ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (ଓ.କେ.ଏସ) ର ନୂଆ ସଭାପତି ଭାବେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥା ନିର୍ବାଚିତ ହୋଇଛନ୍ତି ।ସେହିପରି ହାସ୍ୟ ଅଭିନେତା ୠଷି ପଟ୍ଟନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ, ସମ୍ପାଦକ ଭାବେ ମୃତ୍ୟୁଞ୍ଜୟ ପଣ୍ଡା (ବୁଲୁ ପଣ୍ଡା), ଯୁଗ୍ମ ସମ୍ପାଦକ ଭାବେ ବରଦା ପ୍ରସନ୍ନ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ମୃଣ୍ମୟ ନାୟକ ବିଜୟ ହୋଇଛନ୍ତି।ରବିବାର,ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ, ବୁଲେନ୍ ଭାଇ ସେବା କେନ୍ଦ୍ର ରେ ଓଡ଼ିଆ କଳାକାରଙ୍କ ସ୍ୱର ର କର୍ମ କର୍ତ୍ତା ଚୟନ ପାଇଁ ନିର୍ବାଚନ କରାଯାଇଥିଲା ।ଏଥିରେ ବିଷିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ, ସମାଜସେବୀ ତଥା ନାଟ୍ୟ ନିର୍ଦ୍ଦେଶକ ବାପୁ ଓଝା , ଅଭିନେତା ଓ ନିର୍ଦ୍ଦେଶକ ପରାଗ ପଟ୍ଟନାୟକ, ଏବଂ ସାମ୍ବାଦିକ, ଅଭିନେତା ବୁଳେନ୍ ଭାଇ ଏଥିରେ ନିର୍ବାଚନ ଅଧିକାରୀ ଭାବରେ ଯୋଗ ଦେଇଥିଲେ ।(ଓ.କେ.ଏସ) ସଂଗଠନର ମାତ୍ରାଧିକ ସଦସ୍ୟ ଓ ସଦସ୍ୟା ଭୋଟ ଗ୍ରହଣ ରେ ଭାଗ ନେଇଥିଲେ ।ସଭାପତି ଶ୍ରୀଧର ମାର୍ଥା ବହୁଳ ମତ ରେ, ଉପସଭାପତି ବହୁଳ ମତରେ କୋଷାଧ୍ୟକ୍ଷ ମଧ୍ୟ ବହୁଳ ଭୋଟ ରେ ବିଜୟୀ ହୋଇଛନ୍ତି ।ତେବେ ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା ଓ ଯୁଗ୍ମ ସମ୍ପାଦକ ବରଦା ପ୍ରସନ୍ନ ପାତ୍ର ଙ୍କୁ ବିନା ପ୍ରତିଦ୍ବନ୍ଦିତାରେ ବିଜୟ ଘୋଷଣା କରାଯାଇଛି ।ଶେଷରେ ନୂତନ ସଭାପତି ଶ୍ରୀଧର ମାର୍ଥା ଗଣ ମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଆ କଳାକାର ମାନଙ୍କର ଯେଉଁ ସବୁ ସମସ୍ୟା ରହିଛି, ଆଗାମୀ ଦିନରେ ସମାଧାନ କରିବାକୁ ଚେଷ୍ଟା କରିବେ ଓ ସରକାରଙ୍କ ସହ ସମ୍ମନ୍ଵୟ ରଖି କେଉଁ କେଉଁ ସବୁ ସୁବିଧା କଳାକାରଙ୍କୁ ମିଳିପାରିବ ସେ ସବୁ ପ୍ରତି ଯତ୍ନବାନ ହେବେ ।