ଓଡ଼ିଆ ଚଳଚ୍ଚିତ୍ର ଦମନ ଦେଖିଲେ ଅନାଥ ଆଶ୍ରମର ଅନ୍ତେବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଆ ଚଳଚ୍ଚିତ୍ର ଦମନ ଦେଖିଲେ ଅନାଥ ଆଶ୍ରମର ଅନ୍ତେବାସୀ। ସିନେମା ହଲରେ ବସି ଚଳଚ୍ଚିତ୍ର ଦେଖିଲେ ୮୦ରୁ ଅଧିକ ଅନାଥ ଶିଶୁ। ଏଥିପାଇଁ ସହଯୋଗ କରିଛନ୍ତି ଯୁବ ସମାଜସେବୀ ଦେବୀ ପ୍ରସାଦ ଦାସ। ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ସେ । ଦେଶ ତଥା ସମାଜ ପ୍ରତି ଦାୟିତ୍ଵ ବୋଧ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ଦମନ। ଦକ୍ଷିଣ ଓଡ଼ିଶାର ମାଲକାନଗିରି ଅଞ୍ଚଳର ଏକ ବାସ୍ତବ ଘଟଣା ଉପରେ ଆଧାରିତ ଚଳଚିତ୍ର ଯୁବ ସମାଜ ପ୍ରତି ପ୍ରେରଣାଦାୟୀ ହୋଇଛି।ପାରଳାଖେମୁଣ୍ଡି ରେ ଓଡ଼ିଆ ଚଳଚ୍ଚିତ୍ର ର ପ୍ରତି ଏତେଟା ଓଡ଼ିଆ ଲୋକ ଙ୍କ ରୁଚି ନଥିବା ବେଳେ ,ଏପରି ସ୍ଥଳେ ଓଡିଆ ନାୟକ ବାବୁଶାନ୍ ଚଳଚ୍ଚିତ୍ରରେ ଜଣେ ଡାକ୍ତରଙ୍କ ପ୍ରକୃତ କାହାଣୀ, ଯେ ଜନସାଧାରଣଙ୍କୁ ଭଲ ପାଉଥିବା ଜଣେ ଡାକ୍ତର ଦୁର୍ଗମ ଅଞ୍ଚଳରେ କିପରି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି। ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ତେବେ ଏଭଳି ଚଳଚ୍ଚିତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ପାଠପଢା ସରିବା ପରେ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହେବାକୁ ଥିବା ଯୁବକ ଯୁବତୀଙ୍କ ପାଇଁ ଏହା ଉତ୍ସାହିତ କରୁଛି। ତେବେ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇପାରୁ ନଥିବା ଅନାଥ ଶିଶୁମାନେ ଚଳଚ୍ଚିତ୍ର ଦେଖି ବହୁତ ଖୁସି ହୋଇଥିବା କହିଛନ୍ତି। ଅନ୍ୟ ପକ୍ଷରେ ଏହି ଶିଶୁଙ୍କ ପାଇଁ ଏହି ସହଯୋଗ ନ୍ୟୁନ ମାତ୍ର ବୋଲି କହିଛନ୍ତି ଯୁବ ସମାଜସେବୀ ତଥା ଯୁବ ବିଜୁ ଜନତା ଦଳର ସମ୍ପାଦକ। ଏହି ଚଳଚିତ୍ର ଟି ସର୍ବଭାରତୀୟ ସ୍ଥଳରେ ଭଲ ବ୍ୟବସାୟ କରିଥିବା ଓ ଅଣ ଓଡ଼ିଆ ଲୋକେ ବି ପସନ୍ଦ କରୁଥିବା ଜଣାପଡିଛି ।ଆଗାମୀ ଦିନରେ ହିନ୍ଦୀ,ତେଲୁଗୁ ଓ ତେଲୁଗୁ ରେ ଡୋଵିଙ୍ଗ ହୋଇ ସାରା ବିଶ୍ୱରେ ରିଲିଜ ହେବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ