ଓଡ଼ିଆ ନବବର୍ଷ

ଚୈତ୍ର ସରିଗଲା
ବୈଶାଖ ଆସିଲା
ବିଷୁବ ରେଖାରେ ସୂର୍ଯ୍ୟ,
ଓଡ଼ିଆ ଘରର
ନୂଆ ବର୍ଷ ଏହା
ଆରମ୍ଭନ୍ତି ଶୁଭ କାର୍ଯ୍ୟ ।

ଚନ୍ଦନ ଅଗୁର
କର୍ପୁର କେଶର
ଜାଇଫଳ ଘୋରିଦେଇ,
ଆମ୍ବଡାଳ ନେଇ
କଳସ ବସାଇ
ଓଁକାର ଲେଖିଦେଇ ।

ଝୋଟି ପକାଇଲେ
କଳସ ସ୍ଥାପିଲେ
ଘିଅଦୀପ ଜାଳିଦେଲେ,
ଗୁଡ ବେଲପଣା
ଛତୁଆ ଗୋଳେଇ
ନୈବେଦ୍ୟ ସମର୍ପିଲେ ।

ଅତିବ ପ୍ରଚଣ୍ଡ
ରୌଦ୍ରତାପ ବେଳେ
ବହୁଥାଏ ଝାଞ୍ଜି ତାତି,
ବସନ୍ତରା ଠେକି
ବାନ୍ଧି ଛାଇକଲେ
ତୁଳସୀ ଲଭନ୍ତି ଶାନ୍ତି ।

ଶାନ୍ତିର ମନ୍ତ୍ର
ଶାନ୍ତିର ବାର୍ତ୍ତା
ଦିଏ ଆମ ନୂଆବର୍ଷ
ଆମେ କଷ୍ଟ ସହି
ସଭିଙ୍କ ମନରେ
ଭରିଛୁ ହର୍ସ ଉଲ୍ଲାସ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ