ଓଡ଼ିଆ ନର୍ବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଆମ ଅସ୍ମିତାର ପରିଚୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଡ଼ିଏ କଲୋନୀ ଚନ୍ଦ୍ରଶେଖରପୁର ମା’ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ମନ୍ଦିରର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ନାୟକ । ସହଯୋଗ କରିଥିଲେ ପୂର୍ଣ୍ଣଚନ୍ଦ୍ର ସାହୁ, ବିପିନ ବିହାରୀ ଧଳ, ପ୍ରଭାସ ମହାନ୍ତି, ଶରତ ମହାରଣା, କୃପାସିନ୍ଧୁ ପଲେଇ, ଶରତ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ବେହେରା ପ୍ରମୁଖ ମନ୍ଦିରର ଆଜୀବନ ସଭ୍ୟମାନେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ପଣ୍ଡିତ ଶ୍ରୀଯୁକ୍ତ ବିଶ୍ୱନାଥ ଶତପଥୀ । ଆସନ୍ତା ଅକ୍ଷୟ ତୃତୀୟା ଦିନ ମନ୍ଦିର ପ୍ରାଙ୍ଗଣରେ ମା’ଙ୍କର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି । ଯେଉଁ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଚାହୁଁଛନ୍ତି, ସେମାନେ ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକଙ୍କୁ ମୋବାଇଲ ନମ୍ବର : ୯୩୩୭୧୨୬୦୭୩ କିମ୍ବା ୯୪୩୭୨୦୭୧୧୪ରେ ଯୋଗାଯୋଗ କରି ସାହାଯ୍ୟ ସହଯୋଗର ହାତ ବଢାଇପାରିବେ ।


