ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ଵାଗତ ସମାରୋହ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ଵାଗତ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି। ଉକ୍ତ ଉତ୍ସବରେ ସଭାପତି ତଥା ବିଭାଗୀୟ ମୁଖ୍ୟ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଷା ସାହିତ୍ୟ ସଂସ୍କୃତିର ବିକାଶରେ ଛାତ୍ର ଛାତ୍ରୀ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ। ଅଧ୍ୟାପିକା ସ୍ନେହଲତା ମାଝୀ, ସୁଲୋଚନା କହଁର, ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ ନିଜ ଉଦବୋଧନରେ ବିଭାଗର ଗରିମା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଛାତ୍ର ଛାତ୍ରୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। +୩ ଦ୍ଵିତୀୟ ଓ ଅନ୍ତିମ ବାର୍ଷିକ ଛାତ୍ରଛାତ୍ରୀ ମାନେ ନବାଗତା ସମ୍ମାନ ଛାତ୍ର ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ ସମ୍ଭାଷଣ ଜଣାଇଥିଲେ।