ଓଡ଼ିଆ ମହିଳା ହକି ଖେଳାଳିଙ୍କୁ ୫୦ ହଜାର ଆର୍ଥିକ ପୁରସ୍କାର ଘୋଷଣା
କଟକ(ୱାଇଏନ୍ଏସ୍) : ଟୋକିଓ ଅଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ ନିକଟରୁ ପରାଜିତ ହୋଇ କାଂସ୍ୟ ପଦକରୁ ବଞ୍ଚିତ ହୋଇଛି ଭାରତୀୟ ହକି ଦଳ । ପଦକ ଜିତି ପାରିନଥିଲେ ମଧ୍ୟ ଭାରତ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛି । ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଆ ଖେଳାଳି ଦୀପ୍ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଛି। ଦୀପ୍ଗ୍ରେସ ଓ ନମିତାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଓଏ ସମ୍ପାଦକ ଅଭିଜିତ୍ ପାଲ ସୂଚନା ଦେଇଛନ୍ତି।