ଓଡ଼ିଆ ଯବାନଙ୍କ ହୃଦଘାତରେ ମୃତ୍ୟୁ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଆସାମର ରାଇଫଲ୍ସ ଭାରତୀୟ ସ୍ଥଳ ସେନା ବିଭାଗରେ ହାବିଲଦାର ଜିଡି ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଯବାନଙ୍କ ଆସାମ ରାଜ୍ୟର ଡେବ୍ରୁଗଡ ଜିଲ୍ଲାରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଆସିକା ଥାନା ବାଲିଶୀରା ଗ୍ରାମର ଅବସରପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀ ଅଭିମନ୍ୟୁ ନାୟକ ସିଦ୍ଧେଶ୍ବର ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ କର୍ମୀ ଭାବେ ଚାକିରି କରି ଆସୁଥିଲେ । ଅଭିମନ୍ୟୁ ସ୍ତ୍ରୀ ସତ୍ୟ ନାୟକ ଓ ତିନି ପୁଅ ବଳରାମ , କ୍ରିଷ୍ଣା ଓ ସାନପୁଅ ରଜନୀକାନ୍ତଙ୍କୁ ନେଇ ଦୀର୍ଘ ୪୫ ବର୍ଷ ଧରି ସିଦ୍ଧେଶ୍ବର ଏନୂଆସାହିରେ ରହୁଥିଲେ । ଚାକିରି ଜୀବନକାଳ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ପାଠପଢା ଠାରୁ ଆରମ୍ଭ କରି ସମସ୍ତ ପ୍ରମାଣପତ୍ର ସିଦ୍ଧେଶ୍ବର ଗ୍ରାମରେ ରହିଛି । ଏହି ସମୟ ମଧ୍ୟରେ ମଝିଆ ପୁଅ କ୍ରିଷ୍ଣା ଓ ସାନପୁଅ ରଜନୀକାନ୍ତଙ୍କୁ ଭାରତୀୟ ସ୍ଥଳ ସେନାରେ ଚାକିରି ମିଳିଥିଲା । ତେବେ ରଜନୀକାନ୍ତ ହାବିଲଦାର ଜିଡି ଭାବେ ଇଣ୍ଡୋ ଚାଇନା ବୋର୍ଡ଼ରେ ଜଣେ ଫାଇଟର ଯବାନ ଭାବେ ଲିଡ୍ ନେଇଥିଲେ । ତେବେ ଏପ୍ରିଲ ୨୨ ତାରିଖ ଦିନ ସିଦ୍ଧେଶ୍ବର ଗ୍ରାମକୁ ଫେରିବା ପାଇଁ ପ୍ରସ୍ତୁତ ହେବା ସହ କିଛି ଦୂର ଆସିବା ବାଟରେ ଛାତିରେ ଯନ୍ତ୍ରଣା ହେବାରୁ ସେଠାକାର ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ପରେ ନିଜ ପରିବାରକୁ ନିଜ ପୁଅର ମୃତ୍ୟୁ ଖବର ଜଣାଇବା ପରେ ପରିବାର ଲୋକେ ନିଜ ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଖବର ଲେଖା ସୁଦ୍ଧା ମର ଶରୀର ପହଞ୍ଚି ନଥିବା ଜଣା ପଡ଼ିଛି। ମରଶରୀର ପହଞ୍ଚିବା ପରେ ଗୋଲାବନ୍ଧ ସାମରିକ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ସଂମ୍ମନ ସହ ଶ୍ରଦ୍ଧାଞ୍ଜଳି ଦୀୟାଜିବ ବୋଲି ଜଣାପଡିଛି। ପରେ ତାଙ୍କ ମରଶରୀର ବିରାଟ ଶୋଭାଯାତ୍ରାରେ ନିଜ ପୈତୃକ ଗ୍ରାମ ବାଲିଶୀରା ନିଆଯାଇ ସେଠାରେ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବା ବୋଲି ଜଣା ପଡ଼ିଛି। ତେବେ ଯବାନଙ୍କ ଏଭଳି ସମଗ୍ର ସିଦ୍ଧେଶ୍ବର ଓ ବାଲିଶୀରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ