ଓଡ଼ିଆ ଯୁବକଙ୍କ ପ୍ରେମ ପ୍ରତାରଣା: ସୁରତ ପ୍ରେମିକାଙ୍କୁ ଆଇନ ସହାୟତା ଯୋଗାଇବେ ଆଇନଯିବି ଦିଲ୍ଲୀପ ପଟ୍ଟନାୟକ

ଗଞ୍ଜାମ, (ବିନୋଦ ପଲେଇ):ଓଡ଼ିଆ ଯୁବକଙ୍କ ପ୍ରେମ ପ୍ରତାରଣାରେ ଶିକାର ହୋଇ ଗଂଜାମ ଆସି ନ୍ୟାୟ ଲଢୁଥିବା ଗୁଜୁରାଟ ସୁରତର ପ୍ରମିକା ମମତା ବେନ(୨୧) ଙ୍କୁ ଆଇନ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି , ବିଶିଷ୍ଟ ସମାଜସେବୀ , ଭରସା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ତଥା ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ(ଅଜୁ) । ଏନେଇ ଅସହାୟ ଅବସ୍ଥାରେ ବୁଲୁଥିବା ପ୍ରମିକା ମମତା ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଆଇନକ୍ଷେତ୍ରେରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ଦିଲ୍ଲୀପ। ସୂଚନାଯୋଗ୍ୟ, ଗୁଜରାଟ ସୁରତର ଅମରାଲି ଥାନା ଅଞ୍ଚଳର ମମତା ଦୀର୍ଘ ପାଞ୍ଚବର୍ଷ ଧରି ପ୍ରେମକରି ନିଜ ପରିବାରର ବିରୋଧ ସ୍ୱତେ ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ ପ୍ରେମିକ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାର ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ(୨୮)ଙ୍କୁ ।ପରବର୍ତ୍ତୀ ସମୟରେ ପ୍ରେମିକ ଅରେନ୍ଦ୍ର ପ୍ରେମିକାର ଗର୍ଭ ନଷ୍ଟ କରିବା ସହ ଲୁଚିଛପି ନିଜ ଗ୍ରାମରେ ବିବାହ କରିବା ପାଇଁ ସଜବାଜ ହେଉଥିବା ଖବର ପାଇ ପ୍ରେମିକା ମମତା ଗଞ୍ଜାମ ଜିଲ୍ଲା ଆସି କବିସୂର୍ଯ୍ୟ ନଗର ଥାନାରେ ଏତଲା ଦେବା ସହ ପ୍ରେମିକ ଘର ଆଗରେ ଧାରଣା ଦେଇଥିଲା । କୌଣସି ନ୍ୟାୟ ନ ମିଳିବାରୁ ଗଞ୍ଜାମ ଜିଲ୍ଲାପାଳ, ଏସପି ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲା। ଏହା ଜାଣିପାରି ପ୍ରେମିକ ଅରେନ୍ଦ କବିସୂର୍ଯ୍ୟନଗର ଥାନା ପୋଲିସକୁ ଚୁପ କରାଇ , ପ୍ରେମିକା କୁ ସବୁଦିନ ପାଇଁ ଜୀବନରୁ ହଟାଇଦେବା ପାଇଁ ଯୋଜନା କରୁଥିବା ବେଳେ , ଖବର ପାଇ ଛତ୍ରପୁର ଅଞ୍ଚଳର ଯୁବ ସମାଜସେବୀ ସୁଧୀର ନାହାକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମମତା କୁ ସୁରକ୍ଷା ଦେବା ସହ ପ୍ରେମିକକୁ ଗିରିଫ କରିବା ପାଇଁ ଅଣ୍ଟା ଭିଡିଥିଲେ ।ଶେଷରେ ପ୍ରେମିକ ଗିରିଫ ହୋଇଥିଲା। ମାତ୍ର ଆଇନ ସହାୟତା ପାଇଁ ଅର୍ଥ ନଥିବାରୁ , ଖବର ପାଇ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ଆଇନ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ