ଓଡ଼ିଆ ରାଷ୍ଟ୍ରପତି ଙ୍କ ସମ୍ମାନାର୍ଥେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ) :ଦେଶ ର ମହାମହିମ ରାଷ୍ଟ୍ରପତି ଭାବେ ଓଡ଼ିଶା ର ଆଦିବାସୀ ମହିଳା ଶ୍ରୀମତୀ ଦୌପଦୀ ମୂର୍ମ୍ମୁ ଶପଥ ଗ୍ରହଣ କରି ଦାୟିତ୍ଵ ନେବାପରେ ସାରା ରାଜ୍ୟ ରେ ଖୁସି ର ବାତାବରଣ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଏହି ଅବସରରେ ନାଚ, ଗୀତ ର ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସର ରେ ନିମାପଡ଼ା ବ୍ଲକ ଧଳେଶ୍ୱର ପଞ୍ଚାୟତ ର ଅଲଣ୍ଡି ଠାରେ ସ୍ଥାନୀୟ ଯୁବ ଗୋଷ୍ଠୀ ଙ୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ନିମ୍ବ, ଜାମୁ,ଅଁଳା ବୃକ୍ଷ ଚାରା ରୋପଣ କରାଯାଇଥିଲା । ପ୍ରଶାନ୍ତ ସ୍ଵାଇଁ, ପ୍ରଦୀପ ବେହେରା, ସଚ୍ଚିଦାନନ୍ଦ ରାଉତରାୟ, ରମେଶ ଜେନା, ମନୋରଞ୍ଜନ ପାତ୍ର, ସୁଧାଂଶୁ ମିଶ୍ର, ଚନ୍ଦ୍ରକାନ୍ତ ବରାଳ, ଦେବାଶିଷ ପଟ୍ଟନାୟକ, ଅଶୋକ ମହାରଣା, ସୁଶାନ୍ତ ଦାସ, ଦୁଖିଶ୍ୟାମ ମଲ୍ଲିକ, ଦୁଃଖିଶ୍ୟାମ ସ୍ଵାଇଁ ପ୍ରମୁଖ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଯୁବ ଗୋଷ୍ଠୀ ଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳ ରେ ୧୫ଶହ ବୃକ୍ଷ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ