ଓଡ଼ିଆ ସଟ୍ ମୁଭି ‘ପରିର କେକ୍‌’ ଶୁଭ ମହୁରତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଆ ସଟ୍ ମୁଭି ‘ପରିର କେକ୍‌’ ପ୍ରିମିୟର ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ, ସାମ୍ବାଦିକ ନିବାସ ସଭାଗୃହରେ ‘ପରିର କେକ୍‌’ ଶୁଭମୁକ୍ତି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅମରେଶ ପରିଡ଼ା, ପରମେଶ୍ୱର ଦାଶ, ଶିବିର କୁମାର ପରିଡ଼ା, ପ୍ରଶାନ୍ତ ମହାନ୍ତି, ଆଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ଏବଂ ‘ପରିର କେକ୍‌’ ମୁଭି ଦେଖିସାରିବା ପରେ ବକ୍ତବ୍ୟ ରଖିଥିଲେ ଯେ, ଆଜିକାଲି ସମାଜରେ ମୋବାଇଲ ମଣିଷର ଏକ ଅଙ୍ଗ ଭାବରେ ଜଡ଼ିତ ହୋଇଗଲାଣି । କିନ୍ତୁ ଆଜିକାଲି ପିତାମାତାମାନେ ପିଲାମାନଙ୍କ କଥାରେ ମୋବାଇଲ ଧରାଇ ଦେଉଛନ୍ତି । ଯାହାଫଳରେ ପିଲାମାନେ ପଥଭ୍ରଷ୍ଟ ହେଉଛନ୍ତି । ଏହି ମୁଭିଟି ସମାଜକୁ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି ।ଏହି କାର୍ଯ୍ୟକ୍ରମରେ ସିନେମାରେ ଅଭିନୟ କରିଥିବା କଳାକାର ଜୟ ପ୍ରକାଶ ଦାସ, ମମତା ଦାସ, ରୂପଶ୍ରୀ ପଣ୍ଡା, ରାମେଶ୍ୱରୀ, ବିନୋଦ, ମଣ୍ଟୁ, ଶକ୍ତି, ବାବୁଲି, କ୍ୟାମେରା ମ୍ୟାନ ଅନିଲ, ନିର୍ଦ୍ଦେଶକ ଶେଷାଙ୍କ ନାୟକ, ଏଡିଟର ମାନସ ପାତ୍ର, ବିବେକାନନ୍ଦ ବାରିକ, ଅଜିତ ପ୍ରସାଦ ସାହୁ, ବିଜୟ ବେହେରା, ରାକେଶ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସିନେମାର ପ୍ରଯୋଜିକା ପ୍ରଭାତୀ ବାରିକ କହିଥିଲେ ଏହି ସିନେମା ଯଦି ସଫଳ ହୁଏ କିମ୍ବା ଲୋକଲୋଚନକୁ ଆସେ ତେବେ ଆଗକୁ ମଧ୍ୟ ମା’ ସୁନାଦେଇଙ୍କ ବ୍ୟାନରରେ ନୂତନ ଓଡ଼ିଆ ମୁଭି ଭେଟି ଦେବାକୁ ପ୍ରଚେଷ୍ଟା ଜାରି ରଖିବୁ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ବହୁଶୀଘ୍ର ଆମର ମ୍ୟୁଜିକରେ ମୁଭି ପ୍ରସାରଣ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ