ଓଡ଼ିଶାକୁ ସ୍ୱତନ୍ତ୍ରରାଜ୍ୟ ପାହ୍ୟାଦାବିରେ ଚାଲି,ଚାଲି ସଚେତନତା କରାଉଛନ୍ତି ସତ୍ୟବ୍ରତ

ଗଞ୍ଜାମ, (ଓ୍ୱାଇଏନ୍‌ଏସ୍‌): ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଚାଲି ଚାଲି ଲୋକଙ୍କୁ ସଚେତନତା କରୁଛନ୍ତି , ଜଗତସିଂହପୁର ଜିଲ୍ଲାର ସିନ୍ଧେଇ ଗ୍ରାମର ସତ୍ୟବ୍ରତ ଦାଶ(୩୦)। ରେଭେନ୍ସା ବିଶ୍ୱବିଦ୍ୟାଳୟ ରୁ ସୋସିଓଲୋଜିରେ ପିଜିପଢା ସରିବା ପରେ ଦିଲ୍ଲୀଯାଇ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ନିଜ ରାଜ୍ୟ ଓ ସମାଜ ପାଇଁ କିଛି କରିବାର ଆଶା ମନରେ ରହିଥିବାରୁ ବେସିଦିନ ଚାକିରୀ କରିନପାରି ନିଜ ଗ୍ରାମକୁ ଫେରିଥିଲେ । ପରେ ମହାନଦୀ ସମସ୍ୟା, ପୋଲାଭଲମ ପ୍ରକଳ୍ପର ବିବାଦର ସମାଧନ ଓ ବିଶେଷ କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ନେଇ ଚାଲି, ଚାଲି ଯାଇ ଲୋକଙ୍କୁ ସଚେତନତା କରିବା ସହ ପ୍ରତିବ୍ଳକ ର ବିଡ଼ିଓ ଜରିଆରେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସ୍ଥିର କରିଥିଲେ । ପରେ ଏହାକୁ ସାକାର କରିବା ପାଇଁ ୨୦୧୯ ମସିହା ଜୁଲାଇ ୧୦ ତାରିଖରେ ଯାଜପୁର ଜିଲ୍ଲାର ବଡଚଣ ବ୍ଳକରୁ ହାତରେ ଜାତୀୟ ପତାକା ଧରି ପଦଯାତ୍ରା ଆରମ୍ବ କରିଥିଲେ । ୩୧୪ ଦିନରେ ୩୧୪ ବ୍ଳକ ଅତିକ୍ରମ କରି ବାଲିକୁଦା ବ୍ଳକ ରେ ଶେଷକରିବେ ବୋଲି ଠିକ କରିଥିବା ବେଳେ କରୋନା ଯୋଗୁ ବେଗୁନିଆପଡା ବ୍ଳକରେ ଏକମାସ ପାଇଁ ପଦଯାତ୍ରା କୁ ସ୍ଥଗିତସ୍ଥଗିତ ରଖିଥିଲେ । ଆଜି ୩୨୧ ଦିନରେ ପ୍ରାୟ ପାଞ୍ଚହଜାର କିଲୋମିଟର ଅତିକ୍ରମ କରି ଗଞ୍ଜମ ବ୍ଳକ ରେ ସାମ୍ବାଦିକ ଶ୍ରୀକାନ୍ତ ମାହାନ୍ତିଙ୍କ ସହ ପହଞ୍ଚିଥିଲେ । ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଜାତୀୟପୁରସ୍କାର ପ୍ରାପ୍ତ ସରପଞ୍ଚ ଜି.ସନ୍ତୋଷ ରେଡି ସତ୍ୟବ୍ରତଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିଥିବାବେଳେ ସ୍ୱେଚ୍ଛାସେବୀ ବସନ୍ତ କୁମାର ସାହୁ, ଆଦିତ୍ୟ ମହାପାତ୍ର, ପ୍ରଭାତ ସାହୁ ଲିଙ୍ଗରାଜପାତ୍ର, ଉମାଶାଙ୍କର ଦାଶ,ଡି .ସଦାନନ୍ଦ ରେଡି ସାମ୍ବାଦିକ ଉମାକାନ୍ତ ବେହେରା, ବଟକୃଷ୍ଣ ରାଉଳ, ବିନୋଦ କୁମାର ପଲେଇ, ପୂର୍ବତନ କାଉନସିଲର ଦୁର୍ଗାମାଧବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ