ଓଡ଼ିଶାରେ ଚାଲିବ କ୍ରୁଜ୍

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଏକ ନୂଆସ୍ତରକୁ ନେବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ନୂଆ ଯୋଜନା କରାଯାଇଛି । ତାହା ହେଲା ଏବେ ଓଡ଼ିଶାର ବିଭିନ୍ନ ଜାଗାରେ କ୍ରୁଜ ପାଣି ଜାହାଜ ଚାଲିବ । ଚିଲିକା, ହୀରାକୁଦ, ମହାନଦୀ, ଭିତରକନିକା ଓ ସାତକୋଶିଆରେ ଏହି କ୍ରୁଜ ପାଣି ଜାହାଜ ଚଲାଇବାକୁ ଯୋଜନା କରାଯାଇଛି । ଏସବୁ ସ୍ଥାନରେ କେବଳ ଦିନରେ ହିଁ କ୍ରୁଜ ପାଣି ଜାହାଜ ଚଳାଚଳ କରିବ । ଏନେଇ ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ବିଭିନ୍ନ କ୍ରୁଜ ପରିଚାଳକଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ