ଓଡ଼ିଶାରେ ପ୍ରଥମ ଗଜପତିରେ ଖୋଲିଲା କୃଷକ ଭୋଜନାଳୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାରେ ପ୍ରଥମ କରି କୃଷି ଓ ଚାଷୀମାନଙ୍କ ହିତ ପାଇଁ ଗଜପତି ଜିଲ୍ଲାରେ କୃଷକ ଭୋଜନାଳୟ ଆରମ୍ଭ କରାଯାଇଛି. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲାର ଧାନମଣ୍ଡି ଗୁଡିକଠାରେ ଚାଷୀ ଓ କୃଷକ ମାନଙ୍କ ସୁବିଧା ପାଇଁ ମାଗଣା ଭୋଜନାଳୟ ବ୍ୟବସ୍ଥା କରାଯାଇଛି. ଓଡ଼ିଶାରେ ପ୍ରଥମେ କରି ଗଜପତି ଜିଲ୍ଲାର 4 ଗୋଟି ଧାନମଣ୍ଡି ଯଥା ପାରଳାଖେମୁଣ୍ଡି କାଶୀନଗର ଉପଲଡା ଓ ଗାରାବନ୍ଧ ଠାରେ କୃଷକ ଭୋଜନାଳୟ ଖୋଲାଯାଇ ମାଗଣା ଭୋଜନ ପ୍ରଦାନ କରାଯାଉଥିବା ଲକ୍ଷ୍ୟ କରାଯାଇଛି. ଚାଷୀ ଓ କୃଷକମାନେ ବିଭିନ୍ନ ଗ୍ରାମାଅଞ୍ଚଳରୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଧାନକୁ ଧାନମଣ୍ଡିକୁ ବିକ୍ରି କରିବା ପାଇଁ ଆଣିଥାନ୍ତି. ଏହି ସମୟରେ ଧାନମଣ୍ଡି ନିକଟରେ ଚାଷୀଙ୍କ ସୁବିଧା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରଥମ କରି ଉପରୋକ୍ତ 4 ଗୋଟି ଧାନମଣ୍ଡି ଠାରେ କୃଷକ ଭୋଜନାଳୟ ଆରମ୍ଭ କରି ଚାଷି ଓ କୃଷକମାନଙ୍କୁ ମାଗଣାରେ ଭୋଜନ ପ୍ରଦାନ କରିବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ସୂଚନା ପ୍ରଦାନ କରିବା ସହ ଆଗାମୀ ଦିନରେ ଚାଷୀ କୃଷକଙ୍କ ହିତ ପାଇଁ ଗଜପତି ଜିଲ୍ଲାର ଆଉ କିଛି ମଣ୍ଡି ନିକଟରେ ମଧ୍ୟ ଏହି କୃଷକ ଭୋଜନାଳୟ ଆରମ୍ଭ କରାଯାଇ କୃଷକ ମାନଙ୍କୁ ମାଗଣା ଭୋଜନ ପ୍ରଦାନ କରାଯିବ.