ଓଡ଼ିଶାରେ ହେବ ଆଣ୍ଟିବଡି ଟେଷ୍ଟ
କଟକ: ଓଡ଼ିଶାରେ ପୁଣି ଥରେ ଆଣ୍ଟିବଡି ଟେଷ୍ଟ ଆରମ୍ଭ ହେବ । ଆଣ୍ଟି ବଡି ଟେଷ୍ଟ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରେ ରାଜ୍ୟରେ ଆଇସିଏମଆର ଅନୁମୋଦିତ ଆଣ୍ଟିବଡି କିଟ୍ ପହଞ୍ଚିବ । ଏବେ ଚାଲିଥିବା ଘରକୁ ଘର କୋଭିଡ ଟେଷ୍ଟରେ ଏହି କିଟ ସାମିଲ ହେବ । ଆସନ୍ତାକାଲି ଏନେଇ ଯୋଜନା ପ୍ରସ୍ତୁତ ହେବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ଗୋଷ୍ଠୀ ସଂକ୍ରମଣ ନାହିଁ । ଆଲାର୍ମିଂ ସ୍ଥିତି ଆସିନାହିଁ ବୋଲି ସେ କହିଛନ୍ତି।