ଓଡ଼ିଶାର ଆଂଶିକ ଲକଡାଉନ୍କୁ ନେଇ ଆଜି ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର (ୱାଇଏନ୍‌ଏସ୍‌):  କାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ବର୍ତ୍ତମାନ କରୋନାର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ସରକାର କଟକଣା କୋହଳ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି । ଅନୁମାନ କରାଯାଉଛି ପାଖାପାଖି ୨୫-୨୬ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରିପାରନ୍ତି ସରକାର । ଅଧିକ ସଂକ୍ରମିତ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍ । କାଟାଗୋରୀ-Aକୁ ଆସିବେ ଆଉ କିଛି ଜିଲ୍ଲା  ୫ ପ୍ରତିଶତରୁ କମ୍ ପଜିଟିଭ୍ ହାର ଥିବା ଜିଲ୍ଲାକୁ ସରକାର କାଟାଗୋରୀ-Aରେ ରଖୁଛନ୍ତି । ଏହି ମାନଦଣ୍ଡ ଆଧାରରେ ଦେଖିଲେ ଏଥର କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା କାଟାଗୋରୀ-Aକୁ ଆସିପାରନ୍ତି । ଏସବୁ ଜିଲ୍ଲାର ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି । ଆଜିର କରୋନା ଗ୍ରାଫ ଅନୁସାରେ, ୫ ପ୍ରତିଶତ ଉପରେ କଟକ, ପୁରୀ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା ରହିଛି । ଆଂଶିକ ଲକଡାଉନରେ ରହିବ ଖୋର୍ଦ୍ଧା-କଟକ ! ଖୋର୍ଦ୍ଧାରେ ପଜିଟିଭ୍ ହାର ବହୁତ କମ୍ ଥିଲେ ବି ଏଠାରେ ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍ । କାରଣ ଜିଲ୍ଲାରୁ ଦୈନିକ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୫୭୫୩ ଆକ୍ଟିଭ କେସ୍ ରହିଛି । ସେହିପରି କଟକରେ ୩୧୯୧ ଆକ୍ଟିଭ କେସ୍ ଥିବା ବେଳେ ପଜିଟିଭ୍ ହାର ୫.୫ ପ୍ରତିଶତ ରହିଛି । କଟକ ଜିଲ୍ଲାରେ ବି ଦୈନିକ ସଂକ୍ରମତଙ୍କ ସଂଖ୍ୟା ବଢୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ