ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ଭୁରି ଭୁରି ପ୍ରଶଂସା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ଖୋର୍ଦ୍ଧା ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ମିଳିତ ସହଯୋଗର ୫ଦିନ ଧରି ଚାଲିଥିବା ଆନ୍ତଃ ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟର ୫ଟି ଜିଲ୍ଲାରୁ ଯୋଗ ଦେଇଥିବା ଯୁବ ପ୍ରତିନିଧିମାନେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ, ଆତିଥେୟତାକୁ ନିଜ ପ୍ରତିକ୍ରିୟାରେ ଭୁରି ଭୁରି ପ୍ରଶଂସା କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଶ୍ରୀମତୀ ଶାରଦା ଘୋଷ, ସମ୍ମାନୀତ ଅତିଥି ରୂପେ ଯୁବ ଅଧିକାରୀ ବିପିନ୍ କୁମାର, ନିଖିଲ କୋକୁଲା ପ୍ରମୁଖ ଯୋଗଦେଇ ବିକଶିତ ରାଷ୍ଟ୍ର ଗଠନରେ ଯୁବକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।