ଓଡ଼ିଶାର ଚାଷି ଆନ୍ଧ୍ର ଧାନ ବିହନ ପ୍ରତି ଆକୃଷ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ। ଏଠାକାର ମୁଖ୍ୟ ଜୀବନ ଜୀବିକା ହେଲା କୃଷି।ଏଠାରେ ୭ ଟି ବ୍ଳକ ଥିବା ବେଳେ ସେଥିରୁ ୩ଟି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ।ଏଠାକାର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର ଶୀଳ ବର୍ତ୍ତମାନ ଖରିଫ ୠତୁ ଚାଲିଥିବାରୁ ଚାଷି ଧାନ ବିହନ କ୍ରିଣିବାରେ ତତ୍ପର। ହେଲେ ଓଡ଼ିଶା ସରକାର ସବସିଡି ଦେଲେ ମଧ୍ୟ ଚାଷୀ ଧାନ ବିହନ ପଡୋଶୀ ରାଜ୍ୟ ଶ୍ରୀକାକୁଲମର ପୁରୁଣା ପାଟଣା, ଚେପରା, ମେଳିଆ ପୁଟ ପ୍ରଭୃତି ସ୍ଥାନରୁ ଅଧିକା ଦରରେ ଧାନ ବିହନ କିଣିଥିବାର ଦେଖିବାକୁ ମିଳିଛି।ଏପରିକି ବିଭିନ୍ନ ଫେଟିଲାଇଜର ଦୋକାନ ରେ ମଧ୍ୟ ଆନ୍ଧ୍ର ବିହନ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି।ଏପରିକି ଓଡ଼ିଶା ବିହନ ବିକ୍ରି କରୁଥିବା ଡିଲର ମଧ୍ୟ ଦୁଇ ପଇସା ରୋଜଗାର କରିବା ଆଶାରେ ଅନ୍ଦ୍ର ବିହନ ବିକ୍ରି କରୁଥିବା ଦେଖିବ।କୁ ମିଳିଛି ଏଠାରେ ଗଜପତି ଜିଲ୍ଲାରେ ଚାଷୀଙ୍କୁଓଡ଼ିଶାର ବିହନ ପ୍ରତୀ ଆକୃଷ୍ଟ ନହୋଇ ଅନ୍ଦ୍ର ବିହନ ପ୍ରୀତି କାହିଁକି ପ୍ରଥମ କାରଣ ହେଲା ବିହନ ରେ କେ ଳି ବାଳୁଙ୍ଗା ଥିବାର ଅଭିଯୋଗ ହଉ ଛି। ଦୁତିୟ କାରଣ ହଉଛି ଓଡ଼ିଶା ବିହନ ପ୍ରତି ଆତ୍ମ ବିଶ୍ୱାସ ରହୁନି ଚାଷୀଙ୍କୁ ଯାହା ଫଳରେ ଅନ୍ଦ୍ର ପ୍ରତି ଆକୃଷ୍ଟ ହଉଛନ୍ତି। ଓଡ଼ିଶାର ବିହନ ରିହାତି ଚାଷି ଙ୍କୁ ଏବେ ପର୍ଯ୍ୟନ୍ତ ଗତ ବର୍ଷ ର ମିଳି ନଥିବା ଚାଷି ଙ୍କ ର ଅଭିଯୋଗ ହଉଛି। ଅନ୍ୟ ପଟେ ଉପନ୍ତ ଅଞ୍ଚଳ ହଉଥିବାରୁ ଏହି ଭଳି ସମସ୍ୟା ରହୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ