ଓଡ଼ିଶାର ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାର ରିଓପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଏସିଏଫଓ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା ପାରଳାଖେମୁଣ୍ଡି ଏସଡିଏଜିଏମ କୋୖର୍ଟରେ ବିଚାର ପାଇଁ ରିଓପନ କରାଯାଇଥିବା ସୂଚନା ମିଳିଛି. ମୃତ ଏସିଏଫଓ ସୌମ୍ୟ ରଞ୍ଜନଙ୍କ ବାପାଙ୍କ ତରଫରୁ ଓକିଲ ରଜତ ପାତ୍ର ମୃତ୍ୟୁ ମାମଲାର ସମସ୍ତ ଦସ୍ତାବିଜ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଦାଖଲ କରିଛନ୍ତି. ଏଠାରେ ଉଲେଖଯୋଗ୍ୟଯେ, ଗତ ୧୨ ତାରିଖ ଦିନ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ସୌମ୍ୟ ରଞ୍ଜନଙ୍କ ବାପା ଅଭିରାମ ମାମଲାଟି ଷଡଯନ୍ତ୍ର ଓ ପରେ ସୁପରିକଳ୍ପିତ ହତ୍ୟା କରାଯାଇଥିବା ଦର୍ଶାଇ ଆବେଦନ କରିଥିଲେ. ଏହାକୁ ମାନ୍ୟବର କୋର୍ଟ ଗ୍ରହଣ କରିଥିଲେ. ଏହି ମାମଲାର ସମସ୍ତ ଦସ୍ତାବିଜ ଦାଖଲ କରିବା ପାଇଁ ମାନ୍ୟବର କୋୖର୍ଟ ନିର୍ଦେଶ ଦେଇଥିଲେ. ଏହି ନିର୍ଦେଶ ଅନୁଯାଇ ଗତକାଲି ଅଭିରାମଙ୍କ ଓକିଲ ରଜତ ପାତ୍ର ଏହି ମାମଲା ପାଇଁ ଆବଶକ୍ୟ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ