ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ବିଦେଶୀ ପର୍ଯ୍ୟଟକ

ହାଟଡିହି, (ବିକାଶ ବିଶ୍ୱାଳ):ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ବେଲଜିୟମ କିଛି ପର୍ଯ୍ୟଟକ ତଥା ସାମାଜିକ କର୍ମୀ । ଏଲସ୍, ନିକୋ, ଉଇଲିୟମ, ମେରୀ ପ୍ରମୁଖ ୪ଜଣିଆ ଏହି ପ୍ରତିନିଧି ଦଳ ଆଜି ହାଟଡିହି ବ୍ଲକ ପଢିଆରିପଲୀ ବଣିଆପଙ୍କ ହାଇସ୍କୁଲ ପରିଦର୍ଶନ କରି ଓଡିଶାର ସଂସ୍କୃତି, ପରମ୍ପରା ଓ ଶିକ୍ଷା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିବା ସହ ବେଲଜିୟମର ଶିକ୍ଷାପଦ୍ଧତି ଉପରେ ବୁଝାଇଥିଲେ। ପରେ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବେଲଜିୟମର ଏହି ପ୍ରତିନିଧି ଦଳ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପ୍ରତିନିଧି ଦଳ ଭାରତ ଓ ଓଡ଼ିଶାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ପାଇଁ ସହାୟତା ପ୍ରଦାନ କରିଆସୁଛନ୍ତି। ଏଥିରେ ବରିଷ୍ଠ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ , ମାନସ କୁମାର ପାଣିଗ୍ରାହୀ, ନିବେଦିତା ପାତ୍ର, ସ୍ୱାଧୀନ ମହାପାତ୍ର, ମୁକେଶ କୁମାର ନାୟକ, ମନୋରମା ମାଝୀ, ବେଦପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ